33.1 C
Bhubaneswar
Thursday, April 25, 2024
Homeଓଡିଶାମାଲକାନଗିରି ଜିଲ୍ଲାର ୬୮ ଜିଲ୍ଲା ପରିଷଦ ବୈଠକ

ମାଲକାନଗିରି ଜିଲ୍ଲାର ୬୮ ଜିଲ୍ଲା ପରିଷଦ ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୬୮ ଜିଲ୍ଲା ପରିଷଦ ବୈଠକ ତା – ୨୧.୧୦.୨୦୨୦ ରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦଶରଥ ପଡିଆମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଶ୍ରୀ ରମେଶ ଚନ୍ଦ୍ର ମାଝି, ମାନ୍ୟବର ସାଂସଦ, ନବରଙ୍ଗପୁର , ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକ । ମାନ୍ୟବର ବିଧାୟକ , ଚିତ୍ରକୋଣ୍ଡା, ଶ୍ରୀ ମନୀଷ ଅଗ୍ରୱାଲ, ଜିଲ୍ଲାପାଳ, ମାଲକାନଗିରି, ଶ୍ରୀ ବାଳମୁକୁନ୍ଦ ଭୂୟାଁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମାଲକାନଗିରି, ଜିଲ୍ଲା ପରିଷଦର ସମସ୍ତ ସଭ୍ୟ, ସଭ୍ୟ ଏବଂ ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଅଧ୍ୟକ୍ଷ୍ୟ ଏବଂ ଜିଲ୍ଲାସ୍ତରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ବୈଠକ କୋଭିତ – ୧୯ର ନିୟମାବଳିକୁ ପାଳନ କରାଯାଇ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପ ର ଖସଡ଼ା ପ୍ରସ୍ତୁତ କରାଯାଇ ଅନୁମୋଦନ ନିମନ୍ତେ ଉପସ୍ଥାପନ କରଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତୃତୀୟ ପର୍ଯ୍ୟାୟ ପ୍ରକଳ୍ପ ର ଆଭିମୁଖ୍ୟ ଯଥା ମୁଖ୍ୟ ରାସ୍ତା ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିବା ଗ୍ରାମ୍ୟ ଯଥା ଉଚ୍ଚ ବିଦ୍ୟାଳୟ , ସ୍ନାତକ ମହାବିଦ୍ୟାଳୟ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଲୟ, ମାଣ୍ଡୀ,ପଞ୍ଚାୟତ ସମିତି କାର୍ଯ୍ୟାଲୟ, ବ୍ୟାଙ୍କ ଇତ୍ୟାଦି କୁ ରାସ୍ତା ସଂଯୋଗୀକରଣ ନିମନ୍ତେ ପ୍ରତି ପଞ୍ଚାୟତ ସମିତିକୁ ଚଳିତ ଆର୍ଥିକ ବର୍ଷରେ ୩୦ କି.ମି ରାସ୍ତାର ନିର୍ମାଣ କରିବାର ର ବ୍ୟବସ୍ଥା ଥିବା ବେଳେ ମାଲକାନଗିରି ଜିଲ୍ଲା ନିମନ୍ତେ ସରକାର ପ୍ରତି ପଞ୍ଚାୟତ ସମିତିକୁ ୩୦ କି.ମି ରାସ୍ତାର ପ୍ରକଳ୍ପ ଅନୁମୋଦନ କରି ପ୍ରେରଣ କରିବା ନିମନ୍ତେ ସୁପାରିଶ କରିଛନ୍ତି । ଯାହାଦ୍ବାରା ଚଳିତ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲା ୩୫୦ କି.ମି ରାସ୍ତାର ସଂଯୋଗୀକରଣ କରାଯାଇ ପାରିବ । ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା କରାଯାଇଥିଲା ଏବଂ ଯଦି କିଛି ରାସ୍ତା ର ଆବଶ୍ୟକତା ଅଛି ତେବେ ଦୁଇଦିନ ମଧ୍ୟରେ ପ୍ରକଳ୍ପକୁ ଉପଲବ୍ଧ କରି ପ୍ରେରଣ କରିବା ନିମନ୍ତେ ସମସ୍ତ ସଭ୍ୟ ଓ ସଭ୍ୟ ଙ୍କୁ ଅନୁରୋଧ କରାଯାଇଥିଲା । ପଞ୍ଚମ ଓ ପଞ୍ଚଦଶ ଅର୍ଥ କମିଶନ ରେ ଜିଲ୍ଲାପରିଷଦ କୁ ପ୍ରାପ୍ତ ହୋଇଥିବା ଅନୁଦାନ ଏବଂ ସରକାରଙ୍କ ର ମାର୍ଗଦର୍ଶୀକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ସମସ୍ତ ସଭ୍ୟ ଓ ସଭ୍ୟ ଙ୍କୁ ଅନୁରୋଧ କରଯାଇଥିଲା ଯେ ସରକାରଙ୍କ ର ମାର୍ଗଦର୍ଶୀକା କୁ ଅବଲମ୍ବନ କରି ପ୍ରକଳ୍ପ ପ୍ରେରଣ କରିବାହେବେ । ସେହିଭଳି ଜିଲ୍ଲା ପରିଷଦ ବୈଠକରେ ସ୍ବାସ୍ଥ୍ୟ , କୃଷି , ଶିକ୍ଷା , ପାନୀୟ ଜଳ ଯୋଗାଣ ଏବଂ ସରକାରଙ୍କ ଅନ୍ୟାନ୍ୟ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା ଏବଂ ସମସ୍ତ ଅଧିକାରୀମାନଙ୍କୁ ଏହାର ନିର୍ଦ୍ଦେଶ ମୁତବକ ପାଳନ କରିବାକୁ ଅନୁରୋଧ କରାଯାଇଥିଲା  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking