ଯାଜପୁର : ଯାଜପୁର ଜିଲ୍ଲାରେ ବ୍ରାଉନ ସୁଗର ବେପାରୀଙ୍କ ସାମ୍ବ୍ରାଜ୍ୟ ବିସ୍ତାର କରୁଛି । ବ୍ରାଉନ ସୁଗର କାରବାର ଏହି ଜିଲ୍ଲାରେ କାୟା ବିସ୍ତାର କରିଛି । ଏହି କାରବାରରେ ମୁଖ୍ୟ ଆସାମୀକୁ ପୁଲିସ ଧରିବାରେ ସକ୍ଷମ ହୋଇପାରି ନାହିଁ । ଦୁଇ ଦିନ ତଳେ ଛତିଆ ଓ ପାଣିକୋଇଲି ଅଞ୍ଚଳରୁ ବ୍ରାଉନ ସୁଗର ଜବତ କରାଯାଇ ଏହି କାରବାରରେ ସମ୍ପ୍ରୂକ୍ତ ଥିବା ବ୍ୟକ୍ତିକୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଆଜି କୋରେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କହ୍ନେଇପୁର ଅଞ୍ଚଳରେ ଚଢଉ କରି ୩.୪୫୦ ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଏହି କାରବାରରେ ସମ୍ପ୍ରୂକ୍ତ ଥିବା ୪ ଜଣ ଆସାମୀଙ୍କୁ ଗିରଫ କରି ଯାଜପୁର ରୋଡ କୋର୍ଟକୁ ପଠାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଯାଜପୁର ରୋଡ ଥାନାର ପଦ୍ମପୁର ଅଞ୍ଚଳର ରାଜୁ ଦାସ ,ଅଜୁ ଦାସ, ଆଶୁତୋଷ ପହି ଏବଂ କହ୍ନେଇପୁରର ରାଜେନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ବ୍ରାଉନ ସୁଗର କହ୍ନେଇପୁର ଅଞ୍ଚଳରେ (ବ୍ରାଉନ ସୁଗର)କାରବାର ହେଉଥିବା ସମୟରେ ଖବର ପାଇ କୋରେଇ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି ଉକ୍ତ ସ୍ଥାନରେ ପହଞ୍ଛି ୪ ଜଣ ଆସାମୀଙ୍କ ସହ ୩.୪୫୦ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲେ । କୋରେଇ ଥାନା ଏକ ମୋକଦ୍ଦମା ଋଜୁକରି ଆସାମୀମାନଙ୍କୁ ଯାଜପୁର ରୋଡ କୋର୍ଟକୁ ପଠାଇଛି ।