40.1 C
Bhubaneswar
Thursday, April 25, 2024
Homeଓଡିଶାଚଳିତବର୍ଷ ବିନା ଭକ୍ତରେ ହେବ ମା' ମାଣିକେଶ୍ଵରୀଙ୍କ ଛତର ଯାତ୍ରା

ଚଳିତବର୍ଷ ବିନା ଭକ୍ତରେ ହେବ ମା’ ମାଣିକେଶ୍ଵରୀଙ୍କ ଛତର ଯାତ୍ରା

ଧର୍ମଗଡ଼ : କଳାହାଣ୍ଡିରେ ଆସନ୍ତା ଅକ୍ଟୋବର ୨୪ରେ ହେବାକୁ ଥିବା ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ବିନା ଭକ୍ତରେ ପାଳନ ହେବ । ୨୨ ତାରିଖରୁ ସହର ମଧ୍ୟକୁ କାହାକୁ ପୁରାଇ ଦିଆଯିବ ନାହିଁ । ସହରର ସବୁ ସୀମା ସିଲ କରାଯାଇ କଟକଣା ଲଗାଯିବ । କେବଳ ସେବାୟତ ଓ ଗୋଟିଏ ଘୁମୁରା ଦଳ ଛତର ଯାତ୍ରାରେ ପାରମ୍ପରିକ ନୀତି କ୍ରାନ୍ତି ପାଇଁ ସାମିଲ ହେବେ । ସାମ୍ବାଦିକ କେବଳ ଫଟୋ ଓ ଭିଜୁଆଲ ନେଇ ବେସି ସମୟ ରହି ପାରିବେନି ଛତରଙ୍କ ନିକଟରେ । ହାଇକୋର୍ଟଙ୍କ ନିର୍ଦେଶ ଅନୁଯାଇ ବଳି ବନ୍ଦ ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବ । ପୁରୀ ରଥଯାତ୍ରା ଭଳି ଭକ୍ତ ଘରେ ଟିଭିରେ ଛତର ଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ବୋଲି କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲି ଏକ ବୈଠକରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking