28.1 C
Bhubaneswar
Sunday, September 8, 2024
Homeଅପରାଧସାଇବର ଠକ ଲଗାଇଲେ ୪.୯୭ ଲକ୍ଷର ଚୂନ

ସାଇବର ଠକ ଲଗାଇଲେ ୪.୯୭ ଲକ୍ଷର ଚୂନ

ବ୍ରହ୍ମପୁର: ଅନ୍‌ଲାଇନରେ କାମ ଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକ ମାନେ ମୋଟ ୪ ଲକ୍ଷ ୯୭ ହଜାର ଠକି ନେଇ ଥିବା ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଛି । କାର୍ଯ୍ୟ କରିବା ପରେ ସାଇବର ଠକମାନେ ତାଙ୍କୁ କିଛି ଟଙ୍କା ଦେବା ପରେ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଇ ଥିବା ଦୁର୍ଯ୍ୟୋଧନ ସାମଲ ନାମଙ୍କ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ଅନ୍ତର୍ଗତ ସୁଭମ ବିହାରର ଦୁର୍ଯ୍ୟୋଧନ ସାମଲ ନିୟମିତ ଇଣ୍ଟରନେଟ୍ ଏବଂ ସୋସିଆଲ୍ ନେଟୱାର୍କିଂ ସାଇଟର ବ୍ୟବହାରକାରି ଥାନ୍ତି । ତେବେ ଗତ ୧୯ ଜୁନ୍ ମାସରେ ମୋବାଇଲ୍ ନମ୍ବର(+୮୪ ୯୨୨୧୬୧୭୨୧)ରୁ ହ୍ୱାଟସ୍‌ପ୍ ଯୋଗେ ପାର୍ଟ ଟାଇମ୍ କାମ କରି ରୋଜଗାର ନିମନ୍ତେ ଏକ ବାର୍ତ୍ତା ପାଇଥିଲେ । ତା’ପରେ ଟେଲିଗ୍ରାମରେ ଅନ୍ୟ ଜଣଙ୍କ ବ୍ୟକ୍ତି ତାଙ୍କୁ ଏକ ଲିଙ୍କ୍ ଦେଇଥିଲେ ।

ଯାହାଫଳରେ ସେ ଉକ୍ତ ଲିଙ୍କ୍ ଜରିଆରେ ଏକ ଟେଲିଗ୍ରାମ ଗ୍ରୁପରେ ଯୋଗ ଦେଇଥିଲ । ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ୨୦୦ ଟଙ୍କା ମିଳିଥିଲା । ଏହା ସହ ଠକ ମାନେ କିଛି କାର୍ଯ୍ୟ କରିବାକୁ ଦେଲେ । କାର୍ଯ୍ୟ ସରିବା ପରେ ପରେ ଦୁର୍ଯ୍ୟୋଧନଙ୍କ ବ୍ୟାଙ୍କ ଖାତାକୁ ପୁଣି ୨୦୦ଟଙ୍କା ଆସିଥିଲା । ଜୁନ୍ ୧୯ ତାରିଖରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ କାର୍ଯ୍ୟ ଦୁର୍ଯ୍ୟୋଧ ସମାପ୍ତ କରିଥିଲେ । ଯାହାଫଳରେ ତାଙ୍କୁ ପ୍ରଥମେ ୫୦୦୦ ଟଙ୍କା, ପରେ ପୁଣି ୧୫୦୦ ଟଙ୍କା ଓ ତାପରେ ଦୁଇ ଥର ୨୦୦ ଟଙ୍କା ଲେଖାଏଁ ସାଇବର ଠକ ପଠାଇଥିଲେ ।

ଏହା ପର ଦିନ ଅର୍ଥାତ୍ ଜୁନ୍ ୨୦ ତାରିଖରେ ଦୁର୍ଯ୍ୟୋଧନଙ୍କୁ ଏକ ବ୍ୟକ୍ତି କଲ କରିଥିଲେ । ଏକ ପ୍ରିପେଡ୍ କାର୍ଯ୍ୟ ଆସିଛି ଯେଉଁଠାରେ କମ୍ ଟଙ୍କା ବିନିଯୋଗ କଲେ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଦୁର୍ଯ୍ୟୋଧନ ଏକ ନମ୍ବରକୁ ପ୍ରଥମେ ୨୨ ହଜାର ଓ ତାପରେ ୭୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ପଠାଇବା ପରେ ତାଙ୍କୁ ଆଉ ଟଙ୍କା ମିଳିନଥିଲା । ଯାହାକୁ ନେଇ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ଟଙ୍କା ଫେରି ପାଇବାକୁ ହେଲେ ତାଙ୍କୁ ଆଉ ୨ ଲକ୍ଷ ୬୯ ହଜାର ୫୫୦ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଯାହାଫଳରେ ଦୁର୍ଯ୍ୟୋଧନ ବାଧ୍ୟ ହୋଇ ୟୁପିଆଇ ଜରିଆରେ ଉକ୍ତ ଟଙ୍କା ପଠାଇଥିଲେ । କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଟଙ୍କା ଫେରି ପାଇନଥିଲେ । ଟଙ୍କା ଫେରି ପାଇବା ଆଶାରେ ଦୁର୍ଯ୍ୟୋଧନ ପର୍ଯ୍ୟାୟରେ କ୍ରମେ ମୋଟ ୪ ଲକ୍ଷ ୯୭ ହଜାର ଟଙ୍କା ପୈଠ କରିଥିଲେ । ଏହା ପରେ ମଧ୍ୟ ସେ ତାଙ୍କର ଟଙ୍କା ପାଇ ନଥିଲେ । ଯାହାଫଳରେ ସେ ସାଇବର ଠକଙ୍କ ଶିକାରରେ ପଡ଼ିଥିବା ଜାଣିବାକୁ ପାଇ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ କେସ୍ ନଂ ୧୫/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking