24.1 C
Bhubaneswar
Saturday, March 2, 2024
Homeଦେଶ ବିଦେଶଦିଲ୍ଲୀ ଷ୍ଟେସନ୍‌ରେ କରେଣ୍ଟ ଲାଗି ମହିଳାଙ୍କ ମୃତ୍ୟୁ

ଦିଲ୍ଲୀ ଷ୍ଟେସନ୍‌ରେ କରେଣ୍ଟ ଲାଗି ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ରେଳଷ୍ଟେସନ୍ ବାହାରେ ରବିବାର ସକାଳେ କରେଣ୍ଟ ଲାଗି ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଛି । ଏହି ଘଟଣା ଦିଲ୍ଲୀ ଷ୍ଟେସନ୍‌ର ଏକ ନମ୍ବର ଗେଟ୍ ନିକଟରେ ହୋଇଛି । ପ୍ରୀତ୍ ବିହାର ଅଞ୍ଚଳର ସାକ୍ଷୀ ଆହୁଜା ରବିବାର ସାଢ଼େ ୫ଟା ବେଳେ ଦୁଇଜଣ ମହିଳା ଏବଂ ତିନିଜଣ ଶିଶୁଙ୍କ ସହିତ ରେଳଷ୍ଟେସନ୍ ନିକଟରେ ପହଞ୍ଚିଥିଲେ । ତେବେ ଭୀଷଣ ବର୍ଷା ଯୋଗୁଁ ସଡ଼କରେ ଭରିରହିଥିବା ପାଣିରୁ ନିଜକୁ ବଞ୍ଚାଇବା ପାଇଁ ଏକ ବିଦ୍ୟୁତ୍ ଖୁଣ୍ଟ ଧରିବା ମାତ୍ରେ ତାଙ୍କୁ କରେଣ୍ଟ୍ ଲାଗିଥିଲା ।

ସେ ବେହୋଶ ହୋଇପଡ଼ିଯିବା ପରେ ତାଙ୍କ ଭଉଣୀ ମାଧବୀ ଚୋପ୍ରା ଓ ଅନ୍ୟ ଲୋକମାନେ ତାଙ୍କୁ ଲେଡି ହାର୍ଡିଂ ହସ୍ପିଟାଲ୍ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ବିଦ୍ୟୁତ୍ ଖୁଣ୍ଟରୁ ଏକ ଖୋଲାତାର ଓହଳି ପାଣିରେ ଲାଗିଥିଲା, ଯାହା ଫଳରେ ସାକ୍ଷୀଙ୍କ ମୃତ୍ୟୁ ଘଟିଛି । ସାକ୍ଷୀଙ୍କ ପରିବାର ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking