28.1 C
Bhubaneswar
Thursday, May 2, 2024
Homeଓଡିଶାସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ

ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ

ପୁରୀ: ପୁରୀ ସେବାୟତଙ୍କ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ କଭିଡ ଟେଷ୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଟେଷ୍ଟ କରାଯାଉଛି । ସେବାୟତ, ସୁଆର ସେବାୟତଙ୍କ ଟେଷ୍ଟ ଆରମ୍ଭ ହୋଇଛି । ରଥଯାତ୍ରା ପୂର୍ବରୁ ଏବଂ ବାହୁଡା ଯାତ୍ରା ପରେ ଦୁଇ ଥର ଟେଷ୍ଟ ପରେ ଏବେ ତୃତୀୟ ପର୍ଯ୍ୟାୟ ଟେଷ୍ଟ କରାଯାଉଛି । ଘୋଷଯାତ୍ରା ଓ ବାହୁଡା ଯାତ୍ରା ପରେ କୋଭିଡ ସଂକ୍ରମଣ ହୋଇଛି କି ନାହିଁ ସମସ୍ତଙ୍କର ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦାଖଲ କରାଯିବ । ଖାଲି ସେବାୟତ ନୁହଁନ୍ତି, ସଫେଇ କର୍ମଚାରୀ ଏବଂ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କର ମଧ୍ୟ ଟେଷ୍ଟ ହେବ ବୋଲି ଜଣାପଡିଛି । ବରଂ ପୁରୀର ୩ଟି ସ୍ଥାନରେ ଟେଷ୍ଟ କରାଯାଉଥିବା ବେଳେ ଏହା ଆସନ୍ତା ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ବାଗଡିଆ ଧର୍ମଶାଳା, ହିନ୍ଦୀ ସ୍କୁଲ, ମାର୍କଣ୍ଡେଶ୍ୱର ସାହି, ବାଳିକା ହାଇସ୍କୁଲ ରେ ଚାଲିଛି ଟେଷ୍ଟ । ରଥଯାତ୍ରା ପୂର୍ବରୁ ସେବାୟତଙ୍କ ୨ ଥର କୋଭିଡ ପରୀକ୍ଷା ହୋଇଥିଲା । ୩ୟ ପର୍ଯ୍ୟାୟ ଟେଷ୍ଟ ପରେ ସବୁ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯିବ । ତେବେ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking