30.1 C
Bhubaneswar
Tuesday, April 28, 2026
Homeଓଡିଶାଖରିଫ ଧାନ ସଂଗ୍ରହ ପାଇଁ ୩୯୮୧ଟି ମଣ୍ଡି

ଖରିଫ ଧାନ ସଂଗ୍ରହ ପାଇଁ ୩୯୮୧ଟି ମଣ୍ଡି

ଭୁବନେଶ୍ୱର: ଚଳିତ ବର୍ଷ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟରେ ମୋଟ୍‍ ୩୯୮୧ଟି ମଣ୍ଡି ପ୍ରତିଷ୍ଠା କରାଯାଇଛି । ଧାନ ମଣ୍ଡି ସ୍ଥାପନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବାପାଇଁ ପ୍ରମୁଖ ଧାନ ସଂଗ୍ରହ କେନ୍ଦ୍ରକୁ ସମ୍ପୃକ୍ତ ନିୟନ୍ତ୍ରିତ ବଜାର କମିଟିଦ୍ୱାରା ୨୦୦ଟି ଏଆଇ ଆଧାରିତ ଶସ୍ୟ ବିଶ୍ଲେଷକ ଯନ୍ତ୍ର, ୧୪୦ଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଧାନ ସଫେଇ ଯନ୍ତ୍ର ଯୋଗାଇ ଦିଆଯାଇଛି । ଏହାଛଡା ସମସ୍ତ ଧାନ ସଂଗ୍ରହ କେନ୍ଦ୍ରଗୁଡିକୁ ୧୩,୭୦୭ ଗୋଟି ଓଜନ ଓ ମାପ ଯନ୍ତ୍ରପାତି, ୭୨୧୫ ଟି ଆର୍ଦ୍ରତା ମାପିବା ଯନ୍ତ୍ର, ୫୪୪୬ଟି ଆନାଲିସିସ୍‍ କିଟ୍‍, ୩୬୪୦ ନମୂନା ପୃଥକୀକରଣ ଯନ୍ତ୍ର, ୩୨୭୨ଟି ମିନି ଗ୍ରେଡର, ୪୭୨୩ଟି ସେଟ୍‍ ଅଫ୍‍ ସେଭିଏସ୍‍ ଏବଂ ୨୯,୫୫୬ଟି ପଲିଥିନ୍‍/ତାରପୁଲିନ୍‍ ଆଦି ଯୋଗାଇ ଦିଆଯାଇଛି ।

ଧାନର ସଠିକ୍‍ ମାନ ନିର୍ଦ୍ଧାରଣ କରିବାପାଇଁ ରାଜ୍ୟର ସମସ୍ତ ନିୟନ୍ତ୍ରିତ ବଜାର କମିଟିମାନଙ୍କ ଦ୍ୱାରା ଧାନ କ୍ରୟ କେନ୍ଦ୍ରଗୁଡିକରେ ମୋଟ୍‍ ୧୭୫୮ଜଣ ଯୋଗ୍ୟ ଗୁଣବତ୍ତା ବିଶ୍ଳେଷଣକାରୀଙ୍କୁ ବାହ୍ୟ ସଂସ୍ଥା ଦ୍ୱାରା ନିୟୋଜିତ କରାଯାଇଛି । ଏମାନଙ୍କୁ ଦୈନିକ ୬୯୯ ଟଙ୍କା ୮୩ ପଇସା ହାରରେ ମାସକୁ ୧୯,୧୯୬ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉଛି । ବାହ୍ୟ କର୍ମଚାରୀଙ୍କ ନିଯୁକ୍ତି ପାଇଁ ରାଜ୍ୟରେ ଦୁଇ ସଂସ୍ଥାଙ୍କୁ ଦାିତ୍ୱ ଦିଆଯାଇଛି । ଏଥି ମଧ୍ୟରୁ କୁଇସ୍‍ କର୍ପୋରେସନ ୮୭୫ଜଣଙ୍କୁ ନିଯୁକ୍ତି କରିଥିବାବେଳେ ଏଲ ଆଣ୍ଡ କେ ସର୍ଭିସେସ୍‍ ୮୮୩ଜଣଙ୍କୁ ନିୟୋଜିତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking