24.1 C
Bhubaneswar
Tuesday, May 24, 2022
Homeଅପରାଧଚୋରା ମଦବେପାରୀଙ୍କୁ ପୁଲିସ ଛାଟ, ୩ଦିନରେ ୩୩ଟି ମାମଲା

ଚୋରା ମଦବେପାରୀଙ୍କୁ ପୁଲିସ ଛାଟ, ୩ଦିନରେ ୩୩ଟି ମାମଲା

ଭୁବନେଶ୍ୱର:  ବ୍ରାଉନସୁଗର ପରେ ଏବେ ଚୋରାମଦ ବିକ୍ରି ରୋକିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଯୋଜନା କରାଯାଇଛି । ଚଳିତ ଜାନୁଆରୀ ମାସ ଆରମ୍ଭରୁ କମିଶନରେଟ୍ ପୁଲିସ ‘ ଚୋରା ମଦ ଜବତ’ ଅଭିଯାନକୁ ଜୋରଦାର କରିଛି । ଗତ ୩ଦିନ ମଧ୍ୟରେ  ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ବେଆଇନ ମଦ ବିକ୍ରି ବାବଦରେ ସମୁଦାୟ ୩୩ଟି ମାମଲା ରୁଜୁ କରାଯାଇଥିବା ବେଳେ ମୋଟ ୭୧୯ଲିଟର ମଦ ଜବତ କରାଯାଇଛି । ସେଥିମଧ୍ୟରୁ ୧୯ତାରିଖରେ ୧୬ ଟି ମାମଲା, ୨୦ ତାରିଖରେ ୨ଟି ଏବଂ ୨୧ ତାରିଖରେ ୧୫ଟି ମାମଲା ରୁଜୁ ହୋଇଛି । ଏହି ମାମଲା ଗୁଡ଼ିକରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମଦ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ସବୁ ଜବତ ମଦ ମଧ୍ୟରେ ୭୫.୭୨ଲିଟର ବିଦେଶୀ, ୧୯୨.୯୫ଲିଟର ଦେଶୀ ଓ ୪୫୧ଲିଟର ନକଲି ଦେଶୀମଦ ରହିଛି । ଗତ ୩ଦିନ ମଧ୍ୟରେ ଚନ୍ଦକା ଥାନାରେ ସର୍ବାଧିକ ୪ଗୋଟି ମାମଲା ରୁଜୁ କରାଯାଇଥିବାବେଳେ ଖଣ୍ଡଗିରି ଓ ଜଟଣୀ ଥାନାରେ ୩ଟି ଲେଖାଏଁ ଏବଂ କ୍ୟାପିଟାଲ, ଏୟାରଫିଲ୍ଡ, ତମାଣ୍ଡୋ, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର ଓ ଚନ୍ଦ୍ରଶେଖରପୁର ଥାନାରେ ୨ଟି ଲେଖାଏଁ ମାମଲା ରୁଜୁ ହୋଇଛି । ସେହିପରି ଭରତପୁର, ନୟାପଲ୍ଲୀ, ଇନ୍‍ଫୋସିଟି, ଧଉଳି, ଏୟାରପୋର୍ଟ, ଇନ୍‍ଫୋଭ୍ୟାଲି, ବଡଗଡ ଓ ପାହାଳ  ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି ।

ବେଆଇନ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । କୌଣସି ବ୍ୟକ୍ତି ଚାହିଁଲେ ଭୁବନେଶ୍ୱରରେ ବେଆଇନ ମଦ ବିକ୍ରି, ନିଶାବେପାର କିମ୍ବା ରାସ୍ତାରେ ଘଟୁଥିବା ଅପରାଧ ସମ୍ପର୍କରେ ପୁଲିସକୁ ସୂଚନା ଦେଇପାରିବେ । ସେମାନେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ପକ୍ଷରୁ ଜାରି ହୋଇଥିବା ନମ୍ବର- ୭୦୭୭୭୯୮୧୧୧ ରେ ହ୍ୱାଟ୍ସଆପ୍ କରି ପୁଲିସକୁ ଖବର ଦେବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking