26.1 C
Bhubaneswar
Wednesday, May 25, 2022
Homeଅପରାଧଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ

ବ୍ରହ୍ମପୁର:  ଡକାୟତି ଉଦ୍ୟମ କରୁଥିବା ବେଳେ ସଦର ଥାନା ପୁଲିସ ୩ ଜଣଙ୍କୁ କାବୁ କରିଛି । ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ବୋଉଳଝୋଳି ଗ୍ରାମର ଏସ. ରମେଶ, ଟି.ରାମ ଓ ବଡ଼ ବଜାର ଥାନା ଅଞ୍ଚଳର କେ. ପ୍ରକାଶ ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।  ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟବର୍ତ୍ତୀ ରାତିରେ ଉପରୋକ୍ତ ଅଭିଯୁକ୍ତମାନେ ଅନ୍ୟମାନଙ୍କ ସହ ବାଲିପଡା ଇନ୍ଦ୍ରାଆୱାକ ଛକ ନିକଟରେ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ଛକି ରହିଥିଲେ ।

ଏହା ସହ ବାଲିପଡା ଗାଁ ନିକଟରେ ଥିବା ପେଟ୍ରୋଲ ପମ୍ପରେ ନିକଟରେ ରହି ବ୍ରହ୍ମପୁର-ଦିଗାପାଣ୍ଡି ରାସ୍ତା ଯାତାୟତ କରୁଥିବା ବ୍ୟକ୍ତିଙ୍କ ଠାରୁ ଡକାୟତ କରିବାକୁ ଉଦ୍ୟମ କରୁଥିଲେ । ଖବରପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା । ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାରର ମାରଣା ଅସ୍ତ୍ରଶସ୍ତ୍ରରେ ଜବତ କରିଥିଲା । ଏହା ସହ ଅଭିଯୁକ୍ତ ଅଭିଯୁକ୍ତଙ୍କୁ ପୁଲିସ ଅଧିକ ପଚରାଉଚରା କରିବା ପରେ ସେମାନେ ଦକ୍ଷିଣପୁର ଗାଁର ମା’ ତ୍ରିଶକ୍ତି ଠାକୁରାଣୀ ମନ୍ଦିରରୁ ଏକ ସପ୍ତାହ ପୂର୍ବରୁ ଚୋରି ଘଟଣାରେ ସେମାନଙ୍କ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା ।

ସୂଚନାଯୋଗ୍ୟ ଯେ ଚଳିତ ମାସ ୧୫ ତାରିଖରେ ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ତ୍ରୀଶକ୍ତି ମନ୍ଦିର ମକର ସଂକ୍ରାନ୍ତି ନିମନ୍ତେ ପୂଜା ଅର୍ଚ୍ଚନା ହେଉଥିଲା । ରାତିରେ ପୂଜା ସାରି ପୂଜକ ମନ୍ଦିର ବନ୍ଦ କରି ଘରକୁ ଫେରିଥିଲେ । ଆଜି ସକାଳେ ପୂଜକ ଜଣଙ୍କ ମନ୍ଦିର ଖୋଲିବାକୁ ଆସିଥିବା ବେଳେ ମନ୍ଦିରର କବାଟ ଭାଙ୍ଗିଥିବା ଦେଥିବାକୁ ପାଇଥିଲେ । ମନ୍ଦିରରେ ଥିବା ୪ଟି ରୂପାର କିରୀଟ ଓ ୨ଟା ରୂବା ଜିଭ ଚୋରି ହୋଥିବା ଜାଣିବାକୁ ପାଇଥିଲେ । ସଦର ଥାନା ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ଧରି ଘଟଣାସ୍ଥଳରେ ତଦନ୍ତ କରିଥିଲେ । ଉପରୋକ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking