29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଏଠାରେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛି। ରାତିସାରା ଜାରି ଥିବା ଏହି ଏନକାଉଣ୍ଟରରେ ଲସ୍କର-ଏ-ତଇବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି। କାଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ସୂଚନା ଅନୁସାରେ ନିକଟରେ ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ପୁଲିସ କର୍ମଚାରୀ,୨ ଜଣ କାଉନସିଲର ଓ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସାମିଲ ଲସ୍କର-ଏ-ତଇବାର ଶୀର୍ଷ ଆତଙ୍କବାଦୀ ମୁଦାସିର ପଣ୍ଡିତ ସୋପୋରରେ ନିହତ ହୋଇଛି। ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନର ମୋଟ ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିସହ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking