28.1 C
Bhubaneswar
Thursday, March 28, 2024
Homeଓଡିଶାବଣଭୋଜି ପାଲଟିଲା ରଣକ୍ଷେତ୍ର : ୧ ମୃତ, ୩ ଗୁରୁତର

ବଣଭୋଜି ପାଲଟିଲା ରଣକ୍ଷେତ୍ର : ୧ ମୃତ, ୩ ଗୁରୁତର

ଗଞ୍ଜାମ : ବଣଭୋଜି ପାଲଟିଲା ରଣକ୍ଷେତ୍ର। ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତର କିଛି ଯୁବ ଗୋଷ୍ଠୀ ଓ ପୋଲସରା ଏନ୍ଏସି ନିଗମାନନ୍ଦ ନଗର ଓ ମିଲ୍ ସାହିର କିଛି ଯୁବକ ଗୋଛାବାଡି ପଞ୍ଚାୟତ ଧନେଇ ଡ୍ୟାମ୍ ନିକଟସ୍ଥ ରାଇମାଳ ମନ୍ଦିରଠାରେ ବଣଭୋଜି କରିଥିଲେ। ଉଭୟ ଗୋଷ୍ଠୀ ରାଇମାଳ ମନ୍ଦିର ନିକଟରେ ପାଖାପାଖି ଭୋଜିର ଆୟୋଜନ କରିଥିଲେ। କୌଣସି କାରଣବଶତଃ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବଚସାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିଲା।

ଯାହାକୁ ନେଇ ପୋଲସରା ଏନ୍ଏସିର ଯୁବକ ସଂଘବଦ୍ଧ ଭାବେ ମଧୁପଲ୍ଲୀର ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ମଧୁପଲ୍ଲୀ ପଞ୍ଚାୟତର ବାବୁଲା ପ୍ରଧାନ, ରାଧାଶ୍ୟାମ୍ ପ୍ରଧାନ, ପ୍ରସନ୍ନ ପ୍ରଧାନ, ସନ୍ୟାସୀ ପଲେଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ୪ ଜଣଙ୍କୁ ପ୍ରଥମେ ପୋଲସରା ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ। ପୋଲସରା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଲା ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ।

ମେଡିକାଲ ପରିସରରେ ମଧୁପଲ୍ଲୀ ପଞ୍ଚାୟତ ଗ୍ରାମବାସୀଙ୍କ ଗହଳି ଦେଖିବାକୁ ମିଳିଥିଲା। ଅନ୍ୟପଟେ ପ୍ରସନ୍ନ ପ୍ରଧାନ ପୋଲସରା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ରାଧାଶ୍ୟାମ୍ ପ୍ରଧାନ ଓ ସନ୍ୟାସୀ ପଲେଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ। ପୋଲସରା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ମଧୁପଲ୍ଲୀ ପଞ୍ଚାୟତରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପହଞ୍ଚି ଆଇନଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking