31.1 C
Bhubaneswar
Tuesday, April 23, 2024
Homeଓଡିଶାପୁଅର ଜନ୍ମ ଦିନରେ ଚକ୍ଷୁ ସହ ଅଙ୍ଗ ଦାନ କଲେ ପୁରା ପରିବାର

ପୁଅର ଜନ୍ମ ଦିନରେ ଚକ୍ଷୁ ସହ ଅଙ୍ଗ ଦାନ କଲେ ପୁରା ପରିବାର

ଵରଗଡ଼ : ପୁଅର ଜନ୍ମ ଦିନରେ ଚକ୍ଷୁ ସହ ଅଂଗଦାନ କଲେ ପୁରା ପରିବାର । ଏପରି ନିଆରା ଉଦାହରଣ ଵରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ରାଇସଲପଦର ଗାଁ ରେ । ରାଇସଲପଦର ଗ୍ରାମର ପ୍ରେମାନନ୍ଦ ସାହୁ । ପରିବାର କହିଲେ ପତ୍ନୀ ପଦ୍ମିନୀ ସାହୁ ଏବଂ ପୁଅ ମୁକେଶ କୁମାର ସାହୁଙ୍କୁ ଘରସଂସାର । ରବିବାର ଏକମାତ୍ର ପୁଅ ମୁକେଶ ୨୭ ଜମ ଜନ୍ମଦିନ ପାଳନ କରିଥିଲେ ପରିବାର ବର୍ଗ । ହେଲେ ନିଆରା ଭାବରେ ପାଳନ ହୋଇଥିବା ଏହି ଜନ୍ମଦିନରେ ନା କେକ କଟା ଯାଇଥିଲା ନା ସଙ୍ଗସାଥୀଙ୍କୁ ଭୋଜିରେ ଆପ୍ୟାୟିତ କରାଯାଇଥିଲା । ବରଂ ପରିବାର ବର୍ଗ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଫଳରେ ଅଞ୍ଚଳରେ ତାଙ୍କୁ ତଥା ତାଙ୍କ ପରିବାରକୁ ପ୍ରଶଂସାର ସୁଅ ଛୁଟୁଛି।

ସାମାଜିକ କର୍ମୀ ଭାବରେ ବେଶ ଜଣାଶୁଣା ମୁକେଶ ଜନ୍ମଦିନରେ ପିତା ପ୍ରେମାନନ୍ଦ , ମାଆ ପଦ୍ମନୀ ଏବଂ ପୁଅ ମୁକେଶ ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିବା ସହିତ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ ଆବଶ୍ୟକୀୟ ଦସ୍ତାବିଜରେ ସ୍ବାକ୍ଷର କରି ବୁର୍ଲା ମେଡ଼ିକାଲକୁ ପଠାଇ ଦେଇଥିବା ଜଣାପଡ଼ିଛି। ଅଂଗଦାନ ନିଷ୍ପତ୍ତି ପରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ବେଶ ସହାୟକ ହୋଇପାରିବ ବୋଲି ସାହୁ ପରିବାର ଆଶାବ୍ୟକ୍ତ କରିଛନ୍ତି । ଅପରପକ୍ଷେ ଜନ୍ମଦିନ ଅବସରରେ ସାହୁ ପରିବାରର ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking