28.3 C
Bhubaneswar
Friday, May 16, 2025
Homeଓଡିଶାପାଠ ପଢିବା ପାଇଁ ଦିନ ମଜୁରିଆ ସାଜିଲେ ରମାଦେବୀର +୩ ଛାତ୍ରୀ

ପାଠ ପଢିବା ପାଇଁ ଦିନ ମଜୁରିଆ ସାଜିଲେ ରମାଦେବୀର +୩ ଛାତ୍ରୀ

ମାଲକାନଗିରି: ଅନଟନ ଯୋଗୁ ମେଧାବୀ ଛାତ୍ରୀ ପାଲଟିଲା ଦିନ ମଜୁରିଆ । ଡହଡହ ଖରାରେ ପଥର ବୋଝେଇ ଝୁଡି ବୋହୁଛି ବଣ୍ଡା ଜନଜାତିର ଏହି ଝିଅ କର୍ମା ମୁଦୁଲି । ନିଜ ପଢା ଖର୍ଚ୍ଚ ମେଣ୍ଟାଇବାକୁ ହାଡଭଙ୍ଗା ପରିଶ୍ରମ କରୁଛି । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କର୍ମା । ଆଉ ତାପରେ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । ହେଲେ ଅଭାବ ଯୋଗୁ ପଢା ଖର୍ଚ୍ଚ ତୁଲାଇନପାରି ଖରା ଛୁଟିରେ ନିଜ ଘରକୁ ଯାଇ ଦିନ ମଜୁରିଆ କାମ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବଣ୍ଡା ଜନଜାତିଙ୍କ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଯୋଜନା ମାନ କରାଯାଉଛି । ହେଲେ ଏହି ମେଧାବୀ ଛାତ୍ରୀ କିଭଳି ଦୁର୍ଦ୍ଦଶା ଭୋଗୁଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking