34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜ

ଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜ

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ ମେଡିକାଲ କଲେଜ । ତାଳଚେର, ସୁନ୍ଦରଗଡ ଏବଂ ପୁରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ତ୍ୱରିତ ପଦ୍ଧତିରେ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୩ଟି ମେଡିକାଲ କଲେଜରେ ବାର୍ଷିକ ଶହେ ସିଟ ଲେଖାଏ ରଖାଯିବ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୩ କଲେଜର କୋଠା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଠା କାମ ସାରି ଆଡମିଶନ ପାଇଁ ଏମସିଆଇକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଜଡିତ ଥିବା ବିଭାଗ ଏବଂ ବ୍ୟକ୍ତି ବିଶେଷ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଜଲଦି ଏହି କାମ ସାରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟାନ୍ୟ ଅନୁମତି ପାଇଁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆକୁ ଆବେଦନ କରାଯିବ । ୨୦୨୦-୨୧ ଶିକ୍ଷାବର୍ଷରୁ ୧୦୦ ଲେଖାଏଁ ସିଟ୍ ନାମଲେଖା ନେଇ ତପ୍ତରତା ପ୍ରକାଶ ପାଉଛି । ତେବେ ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି, ଏନଟିପିସି ଏବଂ ଏମସିଏଲ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking