37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗ୭ ମାସର ଗର୍ଭବତୀ କରି ପ୍ରେମିକ ଫେରାର

୭ ମାସର ଗର୍ଭବତୀ କରି ପ୍ରେମିକ ଫେରାର

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଅନ୍ତସତ୍ତ୍ୱା କରି ଯୁବକ ଜଣକ ଫେରାର ମାରିଥିବା ଅଭିଯୋଗ ହୋଇଛି । ତେବେ ନିଜ ସ୍ତ୍ରୀ ଭାବେ ଗ୍ରହଣକରି ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ଅନ୍ୟ ଜଣେ ଯୁବକ ସହ ତାକୁ ଛାଡି ଦେଇଥିବା ବେଳେ ଏବେ ସାତ ମାସର ଗର୍ଭବତୀ ହେବା ଜାଣି ପରେ ଯୁବକ ଜଣକ ଫେରାର ହୋଇଥିବା ଏନେଇ ଟିଟିଲାଗଡ଼ ଥାନା ରେ ମାମଲା ରୁଜ୍ଜୁ ହୋଇଛି । ସୂଚନା ଅନୁଯାୟୀ,ଟିଟିଲାଗଡ଼ ଥାନା ଅନ୍ତର୍ଗତ କନର୍ଲା ଗ୍ରାମର ଲଳିତ ଚନ୍ଦନ(୨୫) ନାମକ ଜଣେ ଯୁବକଙ୍କ ସହିତ ସମ୍ପୃକ୍ତ ଯୁବତୀଙ୍କ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଯୁବକ ଜଣକ ବିବାହ ପ୍ରଲୋଭନ ଦେଖାଇ ଯୁବକ ଓ ଯୁବତୀ ଦୁଇ ଜଣ ବେଙ୍ଗାଲୁରୁକୁ ଯାଇ ରହିଥିଲେ । ତେବେ ଏକ ମାସ ପରେ ଲଳିତ ତା’ର ଜଣେ ବନ୍ଧୁ ତାପସ ଜାଲ(୨୪) ସହ ସେମାନେ ରହୁଥିବା ଘରକୁ ଡକେଇ ତା’ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ଯୁବକ ଜଣକ । ଏପରିକି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଉଭୟ ବାଧ୍ୟ କରିବା ସହ ନାନା ପ୍ରକାର ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ପରେ ଲଳିତ ତାର ସାଙ୍ଗ ତାପସ ନାଗ ସହ ଛାଡି କେଉଁଆଡ଼େ ଫେରାର ହୋଇ ଯାଇଥିଲା । ଏ ନେଇ ଟିଟିଲାଗଡ଼ ଥାନାରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ସାବିତ୍ରୀ ସିକା ଭାରତୀୟ ଦଣ୍ଡବିଧାନ ନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ଏପରି ସ୍ଥଳେ ସାତ ମାସର ଗର୍ଭବତୀ ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ନିଜ ଘରକୁ ନ ନେଇ ଅନ୍ୟତ୍ର ରଖିବା ତାଙ୍କ ସମାଜ ଲୋକେ କହୁଥିବା ବେଳେ ଏବେ ସେ ଅସହାୟ ଅବସ୍ଥାରେ ରହିଛନ୍ତି । ତେବେ ପରିବାର ଲୋକେ ତୁରନ୍ତ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଯଦି ଅଭିଯୁକ୍ତଙ୍କୁ ଗିରଫ ସହ ଉପଯୁକ୍ତ ନ୍ୟାୟ ନ ମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking