31.1 C
Bhubaneswar
Wednesday, May 29, 2024
Homeଦେଶ ବିଦେଶସୋନାଲୀ ଫୋଗଟଙ୍କ ମୃତ୍ୟୁର ରହସ୍ୟ ଖୋଲିବ ୩ ଡାଏରୀ?

ସୋନାଲୀ ଫୋଗଟଙ୍କ ମୃତ୍ୟୁର ରହସ୍ୟ ଖୋଲିବ ୩ ଡାଏରୀ?

ଚଣ୍ଡିଗଡ଼: ସୋନାଲୀ ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୁଲିସର ତଦନ୍ତ ଜାରି ରହିଛି । ଏହି ସମୟରେ ଗୋଆ ପୁଲିସ ହରିଆଣାରେ ପହଞ୍ଚି ଯାଞ୍ଚ କାର୍ଯ୍ୟକୁ ବୃଦ୍ଧି କରିଛନ୍ତି । ପୁଲିସ ସୋନାଲୀଙ୍କ ସନ୍ତ ନଗର ସ୍ଥିତ ଘରର ତଲାସୀ କରୁଛି । ସେଠାରେ ପାଖାପାଖି ୪ ଘଣ୍ଟା ସମୟ ବିତେଇଛି ପୁଲିସ । ଟିକ୍‌ଟକ୍ ଷ୍ଟାରଙ୍କର ଏକ ଲକର ମଧ୍ୟ ସିଲ୍ ହୋଇଛି । ପୁଲିସଙ୍କୁ ୩ଟି ଡାଏରୀ ମିଳିଛି, ଏହାର କେସ୍ ସହ କଣ ସମ୍ୱନ୍ଧ ରହିଛି, ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସେପଟେ ସୋନାଲୀ ଫୋଗଟଙ୍କ ସଂପର୍କୀୟ ଗୋଆ ପୁଲିସର ଯାଞ୍ଚରେ ସନ୍ତୁଷ୍ଟ ନାହାନ୍ତି । ସେମାନେ ପୁଣି ଥରେ ସିଏମ୍ ମନୋହର ଲାଲ ଖଟ୍ଟରଙ୍କୁ ସାକ୍ଷାତ କରିବାକୁ ଯାଇଛନ୍ତି । ତାଙ୍କୁ ଏହି ମାମଲାରେ ଯେକୌଣସି ମୂଲ୍ୟରେ ସିବିଆଇ ଯାଞ୍ଚ ଆବଶ୍ୟକ । ସୋନାଲୀଙ୍କ ଭିଣୋଇଙ୍କୁ କିନ୍ତୁ ପିଏ ସୁଧୀର ସାଙ୍ଗୱାନଙ୍କ ଉପରେ ସନ୍ଦେହ ନାହିଁ, ତାଙ୍କ କହିବା ଅନୁସାରେ ସୋନାଲୀଙ୍କର ମୃତ୍ୟୁ କାରଣରୁ ତାଙ୍କର ବି କ୍ଷତି ହୋଇଛି । ଏହା ପୂର୍ବରୁ ମଧ୍ୟ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ଯେଉଁ ସୂଚନା ମିଳିଛି କି, ଏହି ଅନୁସାରେ ହରିଆଣା ସରକାର ଦ୍ୱାରା ଗୋଆ ସରକାରକୁ ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି । ସେପଟେ ଗୋଆ ପୁଲିସ ନିଜର ତଦନ୍ତ ପ୍ରକ୍ରିୟାକୁ ଜାରି ରିଖିଛି ।ମାମଲାରେ ପ୍ରାରମ୍ଭ ଡ୍ରଗ୍ସ ଆଙ୍ଗଲରୁ ହୋଇଥିଲା, ଏବେ ଯାଞ୍ଚରେ ସୋନାଲୀଙ୍କ ସଂପତ୍ତି ମଧ୍ୟ ଆସିଛି । ଗୁରୁବାର ଗୋଆ ପୁଲିସ ସୋନାଲୀଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଜାଣିବାକୁ ପାଇଥିଲା । ଗୋଟିଏ ପ୍ରାଇଭେଟ ବ୍ୟାଙ୍କରେ ଥିଲା, ଆଉ ଅନ୍ୟଟି ସରକାରୀ ବ୍ୟାଙ୍କରେ । ପୁଲିସ ଏହା ଜାଣିବାକୁ ଚେଷ୍ଟା କରୁଛି କି, କେବେ ସୋନାଲୀଙ୍କ ପକ୍ଷରୁ ସୁଧୀର ସାଙ୍ଗୱାନଙ୍କୁ କୌଣସି ଟଙ୍କା ଟ୍ରାନ୍ସଫର କରାଯାଇ ଥିଲା ନା ନାହିଁ । ଏହି ସମୟରେ ଗୋଆ ପୁଲିସ ଉପରେ ଚାପ ଅଧିକ ପଡ଼ିଛି, ତଦନ୍ତ ସିବିଆଇ ହାତକୁ ଯିବାର ଅନୁମାନ କରାଯାଉଛି । ଏଥିପାଇଁ ପୁଲିସ ନିଜ ପକ୍ଷରୁ ତଦନ୍ତ କାର୍ଯ୍ୟକୁ ଜୋରସୋରରେ କରିବାରୁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking