18.1 C
Bhubaneswar
Saturday, November 16, 2024
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଆଜି ଫୁଲବାଣୀ ପକ୍‌ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି । ଜୋରିମାନା ଅନାଦେୟ ରହିଲେ ଅଧିକ ଏକ ବର୍ଷ ଜେଲ୍ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଗତ ୨୦୧୯ ମସିହା ଜୁନ୍ ୪ ତାରିଖରେ ଦାରିଂବାଡ଼ି ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୩ ବର୍ଷୀୟା ନାବାଳିକାକୁ ଘରେ କେହି ନଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଜିରିମା ପ୍ରଧାନ (୨୫) ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା । ତେବେ ଉକ୍ତ ନାବାଳିକା ଗର୍ଭବତୀ ହୋଇ ପଡିଥିଲା ଏବଂ ନାବାଳିକାର ପେଟ କାଟିବା ସହ ମୁଣ୍ଡ ବୁଲାଇବାରୁ ସେ ଘରେ ଜଣାଇଥିଲା । ଏହାପରେ ନାବାଳିକାର ମା’ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ଦାରିଂବାଡ଼ି ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୋଟ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଉପରୋକ୍ତ ରାୟ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking