27.1 C
Bhubaneswar
Monday, August 8, 2022
Homeଅପରାଧଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା

ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା

ଦେବଗଡ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ବୁଢ଼ାପାଳ ଫାଣ୍ଡି ଅନ୍ତର୍ଗତ ଠିଆନାଳ ଗ୍ରାମରେ ଅବୈଧ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଅପିନ୍ଦ୍ର ବାଘ (୪୫) । ସୋମବାର ରାତିରେ ଠିଆନାଳ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି । ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଟକ ହୋଇଥିବା ୩ ଜଣ ହେଲେ ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜାଙ୍ଗ ଗ୍ରାମର ବାପ ଲଳିତ ପ୍ରଧାନ, ପୁଅ ନାଲୁ ପ୍ରଧାନ ଓ ସମ୍ପର୍କୀୟ ଲୁଲୁ ପ୍ରଧାନ । ସୂଚନା ଅନୁଯାୟୀ, ମୃତକ ଅପିନ୍ଦ୍ର ବାଘ ଅଞ୍ଚଳରେ ସଙ୍କୀର୍ତ୍ତନ ଗୁରୁ ଭାବେ ବେଶ୍ ଜଣାଶୁଣା ଥିଲେ । ଲଳିତଙ୍କର ସ୍ତ୍ରୀ ସହ ଅପିନ୍ଦ୍ରଙ୍କ ଅବୈଧ ପ୍ରେମ ସମ୍ପର୍କ ଥିଲା ଏବଂ ପ୍ରାୟ ୩ମାସ ପୂର୍ବେ ଲଳିତଙ୍କ ସ୍ତ୍ରୀ ଘର ଛାଡ଼ି ଅପିନ୍ଦ୍ରଙ୍କ ସହ ରହୁଥିଲେ । କିଛିଦିନ ପରେ ନିଜ ଘରକୁ ଫେରିଥିବା ଲଳିତଙ୍କ ସ୍ତ୍ରୀ ପୁଣି ଘର ଛାଡ଼ି ଚାଲି ଯାଇଥିଲେ । ଏହା ପଛରେ ଅପିନ୍ଦ୍ର ଥିବା ସନ୍ଦେହ କରି ଗତକାଲି ତାଙ୍କୁ କଥାବାର୍ତ୍ତା ହେବା ଆଳରେ କେନ୍ଦୁପତ୍ର ଫଡ଼ି ନିକଟକୁ ଡାକି ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking