36.1 C
Bhubaneswar
Monday, May 20, 2024
Homeଓଡିଶାଆଶ୍ରମ ସ୍କୁଲରେ ୨୪ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ

ଆଶ୍ରମ ସ୍କୁଲରେ ୨୪ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ

କୁଳିଅଣା : ଆଶ୍ରମ ବିଦ୍ୟାଳୟରେ ୨୪ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ। ଗୁରୁତର ଅବସ୍ଥାରେ କୁଳିଅଣା ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଘଟଣା ବ୍ଲକ ଅଧୀନ ବଡ଼ ନୂଆଗାଁ ଏସ ଏସ ଡି ବିଦ୍ୟାଳୟରେ ଘଟିଛି। ସୂଚନା ମୁତାବିକ, ବୁଧବାର ରାତିରେ ହଠାତ୍ ୪ଜଣ ଛାତ୍ରୀଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କର ଜ୍ୱର, ମୁଣ୍ଡ ବ୍ୟଥା, ଛାତି ବ୍ୟଥା ଓ ବାନ୍ତି ହୋଇଥିଲା। ସେମାନେ ଚେତାଶୂନ୍ୟ ହୋଇପଡିବାରୁ ବିଦ୍ୟାଳୟ ତରଫରୁ ସଙ୍ଗେ ସଙ୍ଗେ କୁଳିଅଣା ଡାକ୍ତର ଖାନରେ ଭର୍ତ୍ତି କରିଥିଲେ।

ଆଜି ସକାଳେ ସେହିପରି ୨୦ଜଣ ଛାତ୍ର ଛାତ୍ରୀ ସମାନ ଭାବରେ ଅସୁସ୍ଥ ହୋଇ ପଡିବାରୁ ସେମାଙ୍କୁ ମଧ୍ୟ ଡାକ୍ତର ଖାନରେ କରାଯାଇଛି।ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ରହିଥିବା ଜଣାଯାଇଛି । ଅନ୍ୟମାନେ ସୁସ୍ଥ ରହିଛନ୍ତି। ରକ୍ତ ପରୀକ୍ଷାରୁ ସେମାନଙ୍କର ଟାଇଫଏଡ, ପରିସ୍ରା ଇନଫେକ୍ସନ ପ୍ରଭୃତିରେ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ। ପିଲା ମାନଙ୍କର ଚିକିତ୍ସା ଚାଲୁ ରହିଛି। ଅବିଭାବକ, ପ୍ରଧାନ ଶିକ୍ଷକ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଉପସ୍ଥିରହି ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking