25.8 C
Bhubaneswar
Saturday, July 27, 2024
Homeଓଡିଶାୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ୨୪ ଓଡ଼ିଆଙ୍କୁ ମିଳିଲା ସଫଳତା

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ୨୪ ଓଡ଼ିଆଙ୍କୁ ମିଳିଲା ସଫଳତା

ଭୁବନେଶ୍ୱର: ମଙ୍ଗଳବାର ୟୁପିଏସସି ସିଭିଲ ସର୍ଭିଲ୍‌- ୨୦୨୨ ରେଜଲ୍ଟ ପ୍ରକାଶ ପାଇଛି । ସେଥିରେ ମୋଟ୍ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଚଳିତବର୍ଷ ଏହି ପରୀକ୍ଷାରେ ଅଧିକ ସଂଖ୍ୟକ ଓଡ଼ିଆଙ୍କୁ ମଧ୍ୟ ସଫଳତା ମିଳିଛି । ପ୍ରାୟ ୨୪ ଜଣ ଓଡ଼ିଆ ପରୀକ୍ଷାର୍ଥୀ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେବେ ସେହି ଓଡ଼ିଆ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩୩ ନମ୍ବର ରାଙ୍କରେ ଅଛନ୍ତି ଥରୁନ ପଟ୍ଟନାୟକ ମାଦଳା । ସେହିପରି ୩୮ ରାଙ୍କରେ ଅନୁପ ଦାସ । ସେହିପରି ପ୍ରଣିତା ଦାସ ୪୨ ରାଙ୍କ, ଅର୍ଣ୍ଣବ ମିଶ୍ର ୫୬ର‌୍ୟାଙ୍କ, ଦୀକ୍ଷିତା ଯୋଶୀ ୫୮ର‌୍ୟାଙ୍କ, କୃତିକା ମିଶ୍ର ୬୭ର‌୍ୟାଙ୍କ, କସ୍ତୁରୀ ପଣ୍ଡା ୬୭ର‌୍ୟାଙ୍କ, ପଲ୍ଲବୀ ମିଶ୍ର ୭୩ର‌୍ୟାଙ୍କ ଓ ପ୍ରଶାନ୍ତ ରାଜ ୯୭ ର‌୍ୟାଙ୍କ ପାଇଛନ୍ତି । ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ସଫଳତା ପାଇଥିବା ମେଧାବୀଙ୍କ ମଧ୍ୟରୁ କିଛି ସେମାନଙ୍କର ସଫଳତା ଏବଂ ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି । ସେମାନେ ହେଉଛନ୍ତି:
ଶିକ୍ଷା ଓ ମହିଳା ଶସକ୍ତିକରଣ ଲାଗି କାମ କରିବି: କସ୍ତୁରୀ ପଣ୍ଡା
ୟୁପିଏସସି ପରୀକ୍ଷାରେ ସମଗ୍ର ଦେଶରେ ୬୭ ନମ୍ବର ର‌୍ୟାଙ୍କ ହାସଲ କରିବା ମୋ ପାଇଁ ଗର୍ବର ବିଷୟ । ଆଶା ଥିଲା ଭଲ ର‌୍ୟାଙ୍କ ମିଳିବ ବୋଲି କିନ୍ତୁ ୬୭ରାଙ୍କ ପାଇ ବେଶ ଖୁସି ଲାଗୁଛି । ପୂର୍ବରୁ ମୁଁ ୨୦୨୨ରେ ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିଥିଲି ଓ ସମାନ ସମୟରେ ୟୁପିଏସସି ମଧ୍ୟ ଦେଇଥିଲି । ମୋର ଏହି ସଫଳତା ପଛରେ ବାପା ସାରଦା ପ୍ରସାଦ ପଣ୍ଡା ଓ ମା କାଜରୀ ପଣ୍ଡାଙ୍କ ବେଶ ଅବଦାନ ରହିଛି । ତେବେ ସଫଳତା ପାଇବା ଲାଗି ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରିବାର ଆବଶ୍ୟକ ନାହିଁ । ସୂଚିନ୍ତିତ ଯୋଜନା ଓ ପାଠ୍ୟକ୍ରମ ଚୟନ , ଅନଲାଇନ କ୍ଳାସସ, ନୋଟ ପ୍ରସ୍ତୁତି ଠିକଭାବେ କରିପାରିଲେ ସଫଳତା ନିଶ୍ଚିତ ମିଳିବ । ଆଇଏଏସ ହେବା ପରେ ଓଡିଶାକୁ ମୋର ହୋମ କ୍ୟାଡରରେ କାମ କରିବାକୁ ଇଚ୍ଛା । ଓଡିଶାରେ ରହି ମହିଳା ଶସକ୍ତିକରଣ, ଶିକ୍ଷା ବିଭାଗରେ କାମ କରିବାକୁ ଇଚ୍ଚଶ ରହିଛି ।
ଓଏଏସ ଟପ୍ପର ତେଜସ୍ୱିନୀଙ୍କୁ ୫୦୫ ର‌୍ୟାଙ୍କ
୨୦୨୧ ର ଓଏଏସ ଟପ୍ପର ତେଜସ୍ୱିନୀ ବେହେରା ୨୦୨୨ କେନ୍ଦ୍ରୀୟ ଲୋକସେବା ପରୀକ୍ଷାରେ ୫୦୫ତମ ର‌୍ୟାଙ୍କ ହସଲ କରି ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । ଦିଲ୍ଲୀର ଜେଏନୟୁ ବିଶ୍ୱବିଦ୍ୟାଳୟରୁ ଅର୍ଥନିତୀରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ କରିବା ପରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିଲେ । ପ୍ରଥମ ପ୍ରାୟାସରେ ଓଏଏସ ଓ ଦ୍ୱିତୀୟ ପ୍ରୟାସରେ ୟୁପିଏସସି ପାଇବା ଏକ ନିଆରା ସଫଳତା । ତେଜସ୍ୱିନୀ କହିଛନ୍ତି ୫୦୫ ତମ ର‌୍ୟାଙ୍କ ରହିବାରୁ ସେତେଟା ଖୁସି ନାହିଁ । କିନ୍ତୁ ୟୁପିଏସସିରେ ସଫଳତା ପାଇଥିବାରୁ ଖୁସି । ଆର ଥରକୁ ପୁଣି ପ୍ରାସ କରିବି ଓ ନିଶ୍ଚିତ ଭଲ ର‌୍ୟାଙ୍କ ପାଇବି ।
ବିଶ୍ୱରେ ଭାରତର ପ୍ରତିନଧିତ୍ୱ କରିବି: ରଶ୍ମି ପ୍ରଧାନ
ରଶ୍ମି ପ୍ରଧାନ ଙ୍କ ର‌୍ୟାଙ୍କ୪୦୫ରହିଛି । ତେବେ ବିଶ୍ୱରେ ଭାରତର ପ୍ରତିଧିତ୍ୱତ୍ୱ କରିବି । କୁଟନୈତିକ ସ୍ତରରେ ଦେଶର ଗୁରୁତ୍ୱ ବଢାଇବା, ବିଦେଶରେ ଭାରତୀୟ ମାନଙ୍କ ଅସୁବିଧା ଦୂର କରିବା ଓ ଦେଶ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କକୁ ମଜବୁତ କରିବା ଦିଗରେ କାମ କରିବାକୁ ମୋର ପିଲା ଦିନରୁ ଇଚ୍ଛାଥିଲା ବୋଲି ରଶ୍ମି କହିଛନ୍ତି । ବାଲେଶ୍ୱର ଜିଲ୍ଲାର ଜଳ ରସାୟନବିତ ରାମେଶ୍ୟାମ ପ୍ରଧାନ ଓ ଶିକ୍ଷୟତ୍ରୀ ମୀନା କୁମାରୀଙ୍କ କନ୍ୟା ରଶ୍ମି କହିଛନ୍ତି ୨୦୧୯ରେ ସେ ଆଇଆଇଏସ ପାଇଥିଲି । କିନ୍ତୁ ଭାରତୀୟ ବିଦେଶ ସେବାରେ ଯୋଗଦେବା ଲାଗି ମୋର ଇଚ୍ଛାଥିଲା । ଚଳିତବର୍ଷ ଭଲ ୟୁପିଏସସିରେ ସଫଳତା ପାଇବା ପରେ ଆଶା ପୂରଣ ହେବା ଭଳି ଲାଗୁଛି । ସେହିଭଳି ଯଦି କେବେ ସଡିଶାରେ କାମ କରିବାକୁ ସୁଯୋଗ ମିଳେ ତେବେ କୃଷି ଓ କୃଷକ ଶସକ୍ତିକରଣ ଲାଗି କାମ କରିବି ।
ଟପ୍ପରଙ୍କୁ ଫଲୋ କଲେ ସଫଳତା ସହଜ ହେବ: ସତ୍ୟପ୍ରକାଶ ମିଶ୍ର
ସତ୍ୟ ପ୍ରକାଶ ମିଶ୍ରଙ୍କ ର‌୍ୟାଙ୍କ ୨୬୧ରହିଛି । ଓଡିଆ ପିଲାମାନେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ ନକରିବା ପଛରେ ଅନେକ କାରଣ ରହିଛି । ତେବେ ଟପ୍ପରଙ୍କୁ ଫଲୋ କରିବା ସହିତ ତାଙ୍କର ନୋଟ ଗୁଡିକୁ ସଂଗ୍ରହ କରିବା ଓ ଏହାକୁ ନିଜସ୍ୱ ଢଙ୍ଗରେ ପଢିବା ଦ୍ୱାରା ସଫଳତା ମିଳିପାରିବ ବୋଲି ୟୁପିଏସସି ପରୀକ୍ଷାରେ ୨୬୧ ର‌୍ୟାଙ୍କ ହସଲ କରିଥିବା ସତ୍ୟ ପ୍ରକାଶ ମିଶ୍ର କହିଛନ୍ତି । ଓଡିଶା ରାଜଭବନର କର୍ମଚାରୀ ପରମେଶ୍ୱର ମିଶ୍ର ଏବଂ କାଦମ୍ବିନୀ ମିଶ୍ରଙ୍କର ପୁଅ ସତ୍ୟପ୍ରକାଶ ୪ର୍ଥ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ପୂର୍ବରୁ ମଧ୍ୟ ୨୦୧୯ ମସିହାରେ ଓଡିଶା ମ୍ୟୁନିସିପାଲ ସେବା ପରୀକ୍ଷା (ଓ.ଏ.ଏମ.ଏସ) ପରୀକ୍ଷାରେ ସତ୍ୟପ୍ରକାଶ ୩ ନଂ ର‌୍ୟାଙ୍କ ହାସଲ କରିଥିଲେ । ସଫଳ ହେବା ଲାଗି ଅନେକ ପ୍ରତିବନ୍ଧକ ରହିଛି । ଏହାକୁ ସାମ୍ନା କରି ସାହାସର ସହିତ ଆଗକୁ ବଢିବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking