ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଗୁଡ଼ିକୁ ଚିଠି କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ଏହି ଚିଠି କରିଛି।
ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ସମୟରେ ରାଜ୍ୟର କେତେକ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଧୀନରେ ଥିବା ଯୁକ୍ତ ୩ କଲେଜ ଗୁଡ଼ିକ ପାଇଁ ୫ମ ସେମିଷ୍ଟରର ପରୀକ୍ଷା କରିବାକୁ ପୂର୍ବରୁ ନୋଟିସ୍ ଦେଇଥିଲେ। ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲା।