26.1 C
Bhubaneswar
Thursday, July 25, 2024
Homeଦେଶ ବିଦେଶପାଗଳା କୁକୁର କାମୁଡ଼ାରେ ୨୧ ଲହୁଲୁହାଣ

ପାଗଳା କୁକୁର କାମୁଡ଼ାରେ ୨୧ ଲହୁଲୁହାଣ

କଣାସ: କଣାସ ବ୍ଲକ୍‌ର ନୂଆଜଗନ୍ନାଥ ସଡ଼କ ଓ ଆଖାପାଖ ଗ୍ରାମରେ ପାଗଳାକୁକୁର କାମୁଡ଼ାରେ ୨୧ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଲହୁଲୁହାଣ ହୋଇ କଣାସ, ପୁରୀ ଓ ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆହତମାନେ ତ୍ରିଲୋଚନପୁର, କାତପଡ଼ା, ସିରେଇ, ଦୟାବିହାର, ନୂଆଦୋକନ୍ଦା, ଜଙ୍କିଆ, ଗଡ଼ବଳଭଦ୍ରପୁର ଏବଂ ଖୁଣ୍ଟିଆବାଣପୁର ଆଦି ଗ୍ରାମର ।

ଦୟାବିହାର ଗ୍ରାମର ତ୍ରିଲୋଚନ ବେହେରା, ଖୁଣ୍ଟିଆବାଣପୁର ଗ୍ରାମର ଆଶୁତୋଷ ହରିଚନ୍ଦନ, ବଳଭଦ୍ରପୁର ଏମ୍‌. ମଙ୍ଗରାଜ(୭୦ବର୍ଷ) ପ୍ରମୁଖ ବ୍ୟକ୍ତିଙ୍କୁ ପାଗଳା କୁକୁର କାମୁଡ଼ିବାରୁ ସେମାନେ ପ୍ରଥମେ ଚିକିତ୍ସା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ କୁକୁରକାମୁଡ଼ା ଇଞ୍ଜେକ୍ସନ୍ ନଥିବାରୁ ସେମାନଙ୍କୁ ପୁରୀ ଓ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଯେଉଁମାନେ ସାମାନ୍ୟ ଆହତ ହୋଇଛନ୍ତି ସେମାନଙ୍କୁ କଣାସ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking