37.1 C
Bhubaneswar
Saturday, April 20, 2024
Homeଖେଳ୨୦୨୮ ଅଲିମ୍ପିକ୍ସରେ ସାମିଲ୍ ହେବ କ୍ରିକେଟ୍‌!

୨୦୨୮ ଅଲିମ୍ପିକ୍ସରେ ସାମିଲ୍ ହେବ କ୍ରିକେଟ୍‌!

ଲୌସେନ: ଆସନ୍ତା ୨୦୨୮ରେ ଲସ୍ ଏଞ୍ଜେଲ୍‌ସଠାରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ୍ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ନିକଟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) କ୍ରିକେଟ୍ ସମେତ ୯ଟି କ୍ରୀଡ଼ା ଇଭେଣ୍ଟ୍‌କୁ ୨୦୨୮ ସଂସ୍କରଣରେ ସାମିଲ୍ କରିବା ସକାଶେ ତାଲିକା ପ୍ରସ୍ତୁତ କରିଛି । ଯଦି କ୍ରିକେଟ୍ ସପକ୍ଷରେ ନିଷ୍ପତ୍ତି ହୁଏ, ତା’ହେଲେ ଅଲିମ୍ପିକ୍ସ ପରି ମହାକୁମ୍ଭରେ ଦ୍ୱିତୀୟ ଥର ପାଇଁ ଏହାକୁ ସାମିଲ୍ କରାଯିବ । ପ୍ରଥମ ଥର ପାଇଁ ଗତ ୧୯୦୦ ପ୍ୟାରିସ୍ ସଂସ୍କରଣରେ କ୍ରିକେଟ୍‌କୁ ସାମିଲ୍ କରାଯାଇଥିଲା, ଯେଉଁଥିରେ କେବଳ ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ । ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍ସ ଆୟୋଜନ କମିଟି ଓ ଆଇଓସି ପକ୍ଷରୁ ଦିନକ ତଳେ ଆଇସିସିକୁ ସବିଶେଷ ବିବରଣୀ ଉପସ୍ଥାପନ ପାଇଁ ଆମନ୍ତ୍ରଣ କରାଯାଇଛି ।

ଆସନ୍ତା ବର୍ଷ ମଧ୍ୟ ଭାଗରେ ମୁମ୍ବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଆଇଓସି ବୈଠକରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ । କ୍ରିକେଟ୍ ବ୍ୟତୀତ ଅନ୍ୟ ଯେଉଁ ୮ଟି କ୍ରୀଡ଼ା ଇଭେଣ୍ଟ୍‌କୁ ୨୦୨୮ ସଂସ୍କରଣରେ ସାମିଲ୍ କରାଯିବା ନେଇ ବିଚାର ଚାଲିଛି, ସେଗୁଡ଼ିକ ହେଲା ବେସ୍‌ବଲ୍‌/ସଫ୍ଟବଲ୍‌, ଫ୍ଲାଗ୍ ଫୁଟବଲ୍‌, ଲାକ୍ରୋସ୍‌, ବ୍ରେକ୍ ଡ୍ୟାନ୍ସିଂ, କରାଟେ, କିକ୍ ବକ୍ସିଂ, ସ୍କ୍ୱାଶ୍ ଓ ମୋଟରସ୍ପୋର୍ଟ । ଗତ ଫେବୃଆରୀରେ ଆଇଓସି ପକ୍ଷରୁ ଲସ୍ ଏଞ୍ଜେଲ୍‌ସ ସଂସ୍କରଣରେ ମୋଟ ୨୮ଟି କ୍ରୀଡ଼ା ଇଭେଣ୍ଟ୍‌କୁ ସାମିଲ୍ କରାଯିବ ବୋଲି କୁହାଯାଇଥିବା ବେଳେ ଏଥିରେ ଯୁବପିଢ଼ିକୁ ଗୁରୁତ୍ୱ ଦିଆଯିବା ସକାଶେ ମତ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking