28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ୨୦୨୨-ଏନ୍‌ସିଆର୍‌ବି ରେକର୍ଡ; ୨୮ ହଜାର ହତ୍ୟା ମାମଲା, ଦିନକୁ ହାରାହାରି ୭୮

୨୦୨୨-ଏନ୍‌ସିଆର୍‌ବି ରେକର୍ଡ; ୨୮ ହଜାର ହତ୍ୟା ମାମଲା, ଦିନକୁ ହାରାହାରି ୭୮

ନୂଆଦିଲ୍ଲୀ: ଗତବର୍ଷ ଆର୍ଥାତ ୨୦୨୨ରେ ଦେଶରେ ୨୮,୫୨୨ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଛି ବୋଲି ଏନ୍‌ସିଆର୍‌ବି (ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ) ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି । ୨୦୨୦ ଓ ୨୦୨୧ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ୨୦୨୦ରେ ୨୯,୧୯୩ ହତ୍ୟା ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ରେ ଏହା ୨୯୭୯୨ ଛୁଇଁଥିଲା । ଗତବର୍ଷ ଦିନକୁ ହାରାହାରି ୭୮ଟି ହତ୍ୟା ମାମଲା ଦାଏର କରାଯାଇଥିବା ରିପୋର୍ଟରେ କୁହାଯାଇଛି । ବିବାଦ ଯୋଗୁଁ ସର୍ବାଧିକ ୯୯୬୨ ହତ୍ୟା ଘଟଣା ଘଟିଥିବାବେଳେ ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ୩୭୬୧ ଏବଂ ଲାଭ ପାଇବା ଆଶାରେ ୧୮୮୪ଟି ଘଟଣା ଘଟିଛି । ଦେଶରେ ଏକ ଲକ୍ଷ ଲୋକସଂଖ୍ୟାରେ ହତ୍ୟା ମାମଲା ହାର ୨.୧ ରହିଛି ।

ତେବେ ୮୧.୫ କ୍ଷେତ୍ରରେ ଅଭିଯୁକ୍ତଙ୍କ ବିରୋଧରେଚାର୍ଜସିଟ୍ ଦାଖଲ କରାଯାଇଛି । ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶରେ ସର୍ବାଧିକ ୩୪୯୧ ହତ୍ୟା ମାମଲା ଦାଏର କରାଯାଇଥିବାବେଳେ ଏହାପଛକୁ ବିହାର (୨୯୩୦), ମହାରାଷ୍ଟ୍ର (୨୨୯୫), ମଧ୍ୟପ୍ରଦେଶ (୧୯୭୮) ଓ ରାଜସ୍ଥାନ (୧୮୩୪) ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି । ଏହି ପାଞ୍ଚଟି ରାଜ୍ୟରେ ମୋଟ ହତ୍ୟା ଘଟଣାର ୪୩.୯୨ ପ୍ରତିଶତ ମାମଲା ଦେଖିବାକୁ ମିଳିଛି । ଅପରପକ୍ଷରେ ସବୁଠାରୁ କମ ହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ରାଜ୍ୟ ମଧ୍ୟରେ ସିକ୍କିମ ପ୍ରଥମ ସ୍ଥାନରେ ଥିବାବେଳେ ଏହାପଛକୁ ନାଗାଲାଣ୍ଡ, ମିଜୋରାମ, ଗୋଆ ଓ ମଣିପୁର ସ୍ଥାନ ପାଇଛନ୍ତି । ୨୦୨୨ରେ ସିକ୍କିମରେ ମାତ୍ର ୯ଟି ହତ୍ୟା ମାମଲା ଦାଏର କରାଯାଇଥିବାବେଳେ ଏହି ସଂଖ୍ୟା ନାଗାଲାଣ୍ଡରେ ୨୧, ମିଜୋରାମରେ ୩୧, ଗୋଆରେ ୪୪ ଓ ମଣିପୁରରେ ୪୭ ରହିଥିଲା ।

କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୫୦୯ ହତ୍ୟା ମାମଲା ଦାଏର କରାଯାଇଥିବାବେଳେ ଏହାପଛକୁ ଜମ୍ମୁ-କଶ୍ମୀର (୯୯), ପୁଦୁଚେରୀ (୩୦), ଚଣ୍ଡିଗଡ଼ (୧୮), ଦାଦ୍ରା ନଗର ହାଭେଲି ଏବଂ ଡାମନ୍ ଦିଉ (୧୬, ଆଣ୍ଡାମାନ ନିକୋବର (୭), ଲଦାଖ (୫) ସ୍ଥାନ ପାଇଛନ୍ତି । ଲାକ୍ଷାଦ୍ୱୀପରେ କୌଣସି ହତ୍ୟା ମାମଲା ପଞ୍ଜିକୃତ ହୋଇନଥିବା ଜଣାପଡିଛି । ଜନସଂଖ୍ୟା ଅନୁପାତରେ ଝାଡଖଣ୍ଡରେ ହତ୍ୟା ମାମଲା ସବୁଠାରୁ ଅଧିକ ଥିବାବେଳେ ଏହାପଛକୁ ଅରୁଣାଚଳ ପ୍ରଦେଶ, ଛତିଶଗଡ/ହରିୟାଣା ଓ ଆସାମ/ଓଡିଶା ରହିଛନ୍ତି ।

ରିପୋର୍ଟ ଅନୁଯାୟୀ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ୯୫.୪ ପ୍ରତିଶତ ହେଉଛନ୍ତି ପ୍ରାପ୍ତ ବୟସ୍କ । ୨୦୨୨ରେ ୭୦ ପ୍ରତିଶତ ପୁରୁୁଷ ହତ୍ୟାର ଶିକାର ହୋଇଥିବାବେଳେ ମହିଳା ଓ ତୃତୀୟ ଲିଙ୍ଗୀଙ୍କ ସଂଖ୍ୟା ଯଥାକ୍ରମେ ୮୧୨୫ ଓ ୯ ରହିଥିଲା । ଅପରାଧ ଗ୍ରାଫ୍ ଉର୍ଦ୍ଧ୍ୱମୁଖୀ ହେଉଥିବାରୁ ପୁଲିସର ଅପାଗରତା ଏବଂ ନିଷ୍କ୍ରିୟତା ସାମନାକୁ ଆସୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅପରାଧ ସଂଖ୍ୟାରେ ବୃଦ୍ଧି ଘଟିବା ଏବଂ ଥାନାରେ ଏତଲା ଦାଏର କରାଯିବା ଦୁଇଟଇ ପୃଥକ ଘଟଣା ବୋଲି କୁହାଯାଇଛି । ପୁଲିସ ବିଭାଗ ଅଧିକ ତତ୍ପର ହେଲେ ଅପରାଧ ମାତ୍ରା ହ୍ରାସ ପାଇବ ବୋଲି ରିିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking