41.1 C
Bhubaneswar
Sunday, April 28, 2024
Homeଅପରାଧନାବଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ନାବଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଜଗତସିଂହପୁର: ଜଗତସିଂହପୁର ପୋକ୍ସୋ ସ୍ୱତନ୍ତ୍ର ଅଦାଲତ ୨୦୧୬ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅଧୀନ ବରୁଣ୍ଡି ଗ୍ରାମର ପ୍ରମୋଦ କୁମାର ସାହୁ ଓରଫ ବାପିଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଏକ ବର୍ଷ ଅଧିକ ଜେଲ୍ ଭୋଗିବାକୁ ପଡ଼ିବ । ପ୍ରକାଶ ଯେ, ଜନୈକା ନାବାଳିକାକୁ ଗତ ୨୦୧୬ ଏପ୍ରିଲ ୨୧ ତାରିଖରେ ପ୍ରମୋଦ ସାହୁ ଓ ଆଲୋକ ସାହୁ ଆଶ୍ରମ ସ୍କୁଲର ଛାତ ଉପରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ଆସାମୀ ପ୍ରମୋଦ ଓ ଆଲୋକ ନିଜ ମୋବାଇଲରେ ଭିଡିଓ ରେକଡିଂ କରିଥିଲେ । ଏକଥା କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଏହି ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ତେଣୁ ନାବାଳିକା ଘଟଣା ସମ୍ପର୍କରେ କାହାକୁ ଜଣାଇନଥିଲେ ।

ପରେ ପ୍ରମୋଦ ଓ ଆଲୋକ ନାବଳିକାକୁ ବ୍ଲାକମେଲିଂ ଆରମ୍ଭ କରି ବିଫଳ ହେବାରୁ ଭିଡିଓ ଭାଇରାଲ କରିଥିଲେ । ପରେ ଘଟଣା ସମ୍ପର୍କରେ ଜାଣଇ ନାବାଳିକାର ପରିବାର ଲୋକେ ୩ ମାସ ପରେ ପ୍ରମୋଦ ଓ ଆଲୋକଙ୍କ ବିରୋଧରେ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଅସାମୀ ପ୍ରମୋଦକୁ ଗିରଫ କରିଥିବାବେଳେ ଆଲୋକ ଫେରାର୍ ହୋଇଯାଇଥିଲା । ତେବେ ୨୦୧୬ ମସିହାରୁ ଏହି ମାମଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ହେବା ପରେ ସମସ୍ତ ସାକ୍ଷୀ ପ୍ରମାଣ ଓ ଡାକ୍ତରୀମାଇନା ରିପୋର୍ଟକୁ ବିଚାର କରି ବିଚାରପତି ଅଜୟ କୁମାର ମହାନ୍ତି ପ୍ରମୋଦକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟ ଅଭିଯୁକ୍ତ ଆଲୋକ ଏପର୍ଯ୍ୟନ୍ତ ଫେରାର ଅଛି । ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଦୋଳଗୋବିନ୍ଦ ଦାସ ମାମଲା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking