27.1 C
Bhubaneswar
Monday, May 13, 2024
Homeଓଡିଶାଛୁରୀ ଭୂଷି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ଛୁରୀ ଭୂଷି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଜ୍ ଆଜି ଛୁରୀ ଭୂଷି ହତ୍ୟା ମାମଲାର ବିଚାରକରି ଅଭିଯୁକ୍ତ ନିମେଇଁ ସୁରଥଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହ ୫ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ବିଚାରବେଳେ ମୋଟ ମୋଟ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡକୁ ଭିତ୍ତି କରି ଜଜ୍ ରାୟ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଜରଡା ଥାନା ଅନ୍ତର୍ଗତ ଜରଡାଗଡର ରଜତ ନାୟକ ଓ ଆସାମୀ ନିମେଇଁ ସୁରଥଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତ୍ରୁତା ରହିଥିଲା । ଗତ ୨୦୧୮ ଜୁନ ୧୯ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଜତ ଗ୍ରାମ ନିକଟ ଏକ ନଳକୂପରୁ ପାଣି ନେଇଥିବା ବେଳେ ଆସାମୀ ସୁରଥ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ହେବା ପରେ ରଜତଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏ ନେଇ ଜରଡା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ କରି ପୁଲିସ ଆସାମୀ ନିମେଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ । ସେହିଦିନ ଠାରୁ ନିମେଇଁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆସୁଥିଲେ । ଏହି ମାମଲାର ବିଚାର ଚାଲୁଥିବା ବେଳେ ତଦନ୍ତ ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ । ବର୍ତ୍ତମାନ ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଆବଶ୍ୟକ ପ୍ରମାଣ ଦାଖଲରେ ସହଯୋଗ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଜଜ ଅଭିଯୁକ୍ତ ନିମେଇଁ ସୁରଥଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking