32.5 C
Bhubaneswar
Monday, June 29, 2026
Homeଓଡିଶାବର୍ଷକ ମଧ୍ୟରେ ଲାଗିବ ୨୦ ଲକ୍ଷ ତାଳଗଛ:ସୁରେଶ ପୂଜାରୀ

ବର୍ଷକ ମଧ୍ୟରେ ଲାଗିବ ୨୦ ଲକ୍ଷ ତାଳଗଛ:ସୁରେଶ ପୂଜାରୀ

ଭୁବନେଶ୍ୱର : ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ବିଜେପି ସରକାର ବର୍ଷକ ମଧ୍ୟରେ ୨୦ ଲକ୍ଷ ତାଳଗଛ ଲଗାଇବେ ବୋଲି ସୂଚନା ମିଳିଛି।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସାରା ଦେଶରେ ବଜ୍ରପାତରେ ଓଡ଼ିଶାର ମୃତ୍ୟୁସଂଖ୍ୟା ସର୍ବାଧିକ। ବାର୍ଷିକ ପ୍ରାୟ ୩୦୦ ଜଣ ଲୋକ ବଜ୍ରପାତ କାରଣରୁ ଜୀବନ ହରାଉଛନ୍ତି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି ଓ ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ତାଳ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଜଙ୍ଗଲ ବିଭାଗର ସହଭାଗିତାରେ ଏହାକୁ କାର୍ୟ୍ୟକାରୀ କରାଯାଉଛି। ସେହିପରି ବିଦ୍ୟାଳୟମାନଙ୍କରେ ଆର୍ଥିଂ ବ୍ୟବସ୍ଥା ନଥିବାରୁ ୨-୩ ଜଣ ପିଲାମାନଙ୍କର ଜୀବନ ମଧ୍ୟ ଯାଇଛି। ଏସବୁ ସମ୍ବେଦନଶୀଳ ସ୍ଥାନକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ତାଳଗଛ ରୋପଣକୁ ପ୍ରାଥମିକତା ଦିଆଯିବ। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ହ୍ରାସ ସହ ଏହାକୁ ଶୂନ କରିବା ଦିଗରେ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking