18.1 C
Bhubaneswar
Thursday, January 23, 2025
Homeଓଡିଶାଆଜି ସରିବ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା; ଏପର୍ଯ୍ୟନ୍ତ ନାମଲେଖାଇଛନ୍ତି ୩ଲକ୍ଷ ୧୯ହଜାର ପିଲା

ଆଜି ସରିବ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା; ଏପର୍ଯ୍ୟନ୍ତ ନାମଲେଖାଇଛନ୍ତି ୩ଲକ୍ଷ ୧୯ହଜାର ପିଲା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଗୁରୁବାର ଶେଷହେବ । ତେବେ ୧୨ତାରିଖ ରାତି ୧୦ଟା ସୁଦ୍ଧା ୩ଲକ୍ଷ ୧୯ହଜାର ଛାତ୍ରଛାତ୍ରୀ ନାମଲେଖାଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ । ଏହାର ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ । ସେହିପରି ଅନ୍‌ଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ ତାରିଖରେ ଯୁକ୍ତ ୨ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ।

ଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୭୨ ହଜାର ୨୭୯ ସିଟ୍ ମଧ୍ୟରୁ ୪ ଲକ୍ଷ ୧୨ ହଜାର ୩୬୮ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ସିଟ୍ ଆବଣ୍ଟନ କରାଯାଇଛି । କଳାରେ ସର୍ବାଧିକ ୨ଲକ୍ଷ୫୩,୧୭୮ ଜଣ, ବାଣିଜ୍ୟରେ ୨୫,୧୬୮ ଜଣ ଓ ବିଜ୍ଞାନରେ ୧ଲକ୍ଷ ୨୧,୦୨୩ ଜଣ, ଉପଶାସ୍ତ୍ରୀରେ ବିଭାଗରେ ୭,୭୭୯ଜଣ, ଧନ୍ଦାମୂଳକ ବିଷୟରେ ୫,୨୨୦ ଜଣ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଆବେଦନକାରୀଙ୍କ ମଧ୍ୟରେ ୨,୦୩,୫୪୩ ଜଣ ଛାତ୍ର, ୨,୦୮୭୭୮ ଜଣ ଛାତ୍ରୀ ଓ ୪୭ ଜଣ ଅନ୍ୟ ବର୍ଗର ଅଛନ୍ତି । ୫୯ ହଜାର ୯୧୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ସୁଯୋଗ ପାଇ ନାହାନ୍ତି । ତେବେ ଚଳିତ ବର୍ଷ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନର ୪,୪୮,୨୮୭ ଜଣ ଆବେଦନ କରିଥିବାବେଳେ ୩,୮୯,୪୯୪ ଜଣ ମନୋନୀତ ହୋଇଛନ୍ତି ।

ରାଜ୍ୟରେ ୨୧୫୮ଟି ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟରେ ୧୨ତାରିଖ ସୁଦ୍ଧା କଳାରେ ୨ଲକ୍ଷ ୨ହଜାର ୧୨୮ଜଣ ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ୮୭ହଜାର ୨୧୦ଟି ସିଟ୍ ବଳକା ରହିଛି । ସେହିପରି ବିଜ୍ଞାନରେ ୮୮,୧୪୪ ଜଣ ନାମଲେଖାଇଥିବା ବେଳେ ୬୭୦୫୧ ସିଟ୍ ବଳକା ରହିଛି । ବାଣିଜ୍ୟରେ ୧୯୪୫୮ ଜଣ ନାମଲେଖାଇଥିବା ବେଳେ ୧୯୭୩୧ ସିଟ୍ କାଲି ରହିଛି । ସେହିପରି ସଂସ୍କୃତରେ ୫୩୨୯ଜଣ ପିଲା ନାମଲେଖାଇଥିବା ବେଳେ ୨୭୭୯ ସିଟ୍ ବଳକା ରହିଛି । ଧନ୍ଦାମୂଳକଶିକ୍ଷାରେ ୩୭୪୨ଜଣ ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ୬୭୫୦ସିଟ୍ ଖାଲି ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking