20.1 C
Bhubaneswar
Thursday, January 23, 2025
Homeଓଡିଶାଝାରସୁଗୁଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

ଝାରସୁଗୁଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

ଭୁବନେଶ୍ୱର: ଝାରସୁଗୁଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ସାମିଲ ହେଲା ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବ୍ଲକ । ଲଇକେରା ଓ କିର୍ମିରା ବ୍ଲକକୁ ଆଇଟିଡିଏରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଏହା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା। ଏହାକୁ ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ କରାଯାଇଛି । ଲାଇକେର ଓ କିରିର୍ମିରା ବ୍ଲକର ସମସ୍ତ ଗାଁ ନୂତନ ଆଇଟଇଡିଏ ଅଧୀନରେ ରହିବ । ଏହାଦ୍ୱାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏଥିପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।

ନୂତନ ପଦବୀ ଗୁଡିକ ହେଲା ଜଣେ ଲେଖାଏ ପ୍ରକଳ୍ପ ପ୍ରଶାସକ, ସ୍ୱତନ୍ତ୍ର ଅଧିକାରୀ, ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆକାଉଣ୍ଟାଣ୍ଟ, ହେଡ କ୍ଲର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର, ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ । ଲାଇକରା ଓ କିରିର୍ମିରା ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀ ବାସକରୁଥିବାବେଳେ ମୁଣ୍ଡା, କୋହ୍ଲ, ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀ ମଧ୍ୟ ରହିଛନ୍ତି । ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରିର୍ମିରାରେ ଏହା ୧୮.୪୬ ପ୍ରତିଶତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking