33.1 C
Bhubaneswar
Monday, May 13, 2024
Homeଦେଶ ବିଦେଶସୀମାଙ୍କୁ ଜାଲ୍ ଆଧାରକାର୍ଡ ଯୋଗାଇ ୨ ଗିରଫ

ସୀମାଙ୍କୁ ଜାଲ୍ ଆଧାରକାର୍ଡ ଯୋଗାଇ ୨ ଗିରଫ

ଲକ୍ଷ୍ନୌ : ପାକିସ୍ତାନରୁ ଲୁଚି ପଳାଇଆସିଥିବା ସୀମା ହାଇଦରଙ୍କୁ ଜାଲ୍ ଆଧାରକାର୍ଡ ଯୋଗାଇଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧ ସ୍କ୍ୱାଡ୍ ସୋମବାର ବୁଲନ୍ଦସହରୁ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ପୁଷ୍ପେନ୍ଦ୍ର ମୀନା ଓ ପବନ ମୀନା ନାମକ ଏହି ଦୁଇ ଅଭିଯୁକ୍ତ ସମ୍ପର୍କରେ ଦୁଇ ଭାଇ ହୋଇଥିବାବେଳେ ଅହମ୍ମଦଗଡ ଅଞ୍ଚଳରେ ସେମାନଙ୍କର ଏକ ପବ୍ଲିକ୍ ସର୍ଭିସ ସେଣ୍ଟର ରହିଛି । ପାକିସ୍ତାନରୁ ନେପାଳ ରାସ୍ତା ଦେଇ ଭାରତକୁ ପ୍ରବେଶ କରିବା ସମୟରେ ଉଭୟ ସୀମା ଓ ତାଙ୍କର ଭାରତୀୟ ସ୍ୱାମୀ ସଚିନ ମୀନା ଏହି ଜାଲ୍ ଆଧାରକାର୍ଡ ବ୍ୟବହାର କରିଥିବା ଜଣାପଡିଛି । ପୁଲିସ କହିବା ଅନୁଯାୟୀ ସାକ୍ଷାତକାର ସମୟରେ ସଚିନ ତାଙ୍କର ପାକିସ୍ତାନୀ ପତ୍ନୀ ସୀମାଙ୍କୁ ତିନିଟି ଜାଲ୍ ଆଧାରକାର୍ଡ ଦେଇଥିଲେ । ଏଥିମଧ୍ୟରୁ ଗୋଟିଏ ସୀମାଙ୍କ ପାଇଁ ଓ ଅନ୍ୟ ଦୁଇଟି ତାଙ୍କର ଦୁଇ ସନ୍ତାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏପରିକି ନେପାଳର ରାଜଧାନୀ କାଠମାଣ୍ଡୁର ଏକ ହୋଟେଲରେ ଅବସ୍ଥାନ କାଳରେ ସଚିନ ଓ ସୀମା ଏହି ଜାଲ୍ ଆଧାରକାର୍ଡ ବ୍ୟବହାର କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking