28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବାୟୁସେନାର ୨ଟି ବିମାନ କ୍ରାସ୍‌

ବାୟୁସେନାର ୨ଟି ବିମାନ କ୍ରାସ୍‌

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶର ମୁରୈନା ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରେଜ୍‌ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଦିଲ୍ଲୀ ଡିଫେନ୍‌ସ୍‌ ରିଭ୍ୟୁ’ ଟୁଇଟ୍‌ କରି ସୂଚନା ଦେଇଛି। ତାଲିମ ଅଭ୍ୟାସ ନିମନ୍ତେ ଉପରୋକ୍ତ ବିମାନ ଗୋଆଲିୟର୍‌ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ରାଜସ୍ଥାନର ଭରତପୁରରେ ଆର୍ମି ହେଲିକପ୍ଟର କ୍ରାସ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଅନ୍ୟପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିନ୍ତୁ ଭାଗ୍ୟବଶତଃ ଏହି ଦୁର୍ଘଟଣାଟି ଆବାସିକ ଅଞ୍ଚଳରେ ହୋଇନାହିଁ । କଲେକ୍ଟର ରଞ୍ଜନଙ୍କ କହିବା ମୁତାବକ, ଭରତପୁରରେ ଏକ ଚାର୍ଟଡ ବିମାନ କ୍ରାସ ହୋଇଛି । କ୍ରାସର କାରଣ ଓ ମୃତାହତ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking