28.1 C
Bhubaneswar
Thursday, May 2, 2024
Homeଅପରାଧମ।ର୍କେଟ ବିଲଡିଂରେ ମୁଖାପିନ୍ଧାଧାରୀଙ୍କ ଆତଙ୍କରାଜ ଘଟଣା : ୧୮ ଗିରଫ

ମ।ର୍କେଟ ବିଲଡିଂରେ ମୁଖାପିନ୍ଧାଧାରୀଙ୍କ ଆତଙ୍କରାଜ ଘଟଣା : ୧୮ ଗିରଫ

ଭୁବନେଶ୍ୱର  :  ଭୁବନେଶ୍ୱରସ୍ଥିତ ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂ ପରିସର ଶୁକ୍ରବାର ସନ୍ଧ୍ୟାରେ କିଛି ସମୟ ପାଇଁ ମୁଖା ପିନ୍ଧି ଦୁର୍ବୃତ୍ତଙ୍କ କବଜାକୁ ଚାଲି ଯାଇଥିଲା।  ସେମାନେ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ବହୁ ଦୋକାନକୁ ଭାଙ୍ଗିରୁଜି ଦେଇଥିଲେ। ଏଥିରେ ଭୟଭୀତ ହୋଇ ଦୋକାନୀଙ୍କ ସମେତ ଗ୍ରାହକମାନେ ମଧ୍ୟ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣାରେ ପୁଲିସ୍ ୧୮ ଜଣଙ୍କୁ ଗିରଫ କରିଛି । ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ,  ଶୁକ୍ରବାର ସଂଧ୍ୟାରେ ମୁଖା ପିନ୍ଧା ଯୁବକମାନେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ଖେଳାଇଥିଲେ ଭୟର ବାତାବରଣ। ଅଧ ଘଣ୍ଟା ଲାଗି କୋକୁଆ ଭୟ ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଞ୍ଚଳରେ। ଉଠା ଦୋକାନ ସବୁକୁ ଗୋଟି ଗୋଟି କରି ଭାଙ୍ଗିବା ସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଣାକିଣି କରିବାକୁ ଆସିଥିବା ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏହି ମୁଖାପିନ୍ଧା ଯୁବକମାନେ। ଫଳରେ କେଶରୀ ମଲ ନିକଟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯିଏ ଯୁଆ‌ଡ଼େ ପାରିଲେ, ଦୌଡ଼ିଥିଲେ। ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।ଗୁରୁବାର ସଂଧ୍ୟାରେ କେଶରୀ ମଲ ନିକଟରେ ଜଣେ ଘଣ୍ଟା ଦୋକାନୀ ଓ ଯୁବତୀଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କରୁ ଶୁକ୍ରବାର ଏଭଳି ଏକ ଅଭାବନୀୟ ଘଟଣା ସୃଷ୍ଟି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking