38.1 C
Bhubaneswar
Tuesday, April 23, 2024
Homeଓଡିଶାଆଇଇଏସ୍‌ ଟପ୍ପର ହେଲେ ଓଡ଼ିଆ ପୁଅ ଅଂଶୁମାନ

ଆଇଇଏସ୍‌ ଟପ୍ପର ହେଲେ ଓଡ଼ିଆ ପୁଅ ଅଂଶୁମାନ

ଭୁବନେଶ୍ୱର: ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌ (ଆଇଇଏସ୍‌) ଟପ୍ପର ହେଲେ ଓଡ଼ିଆ ପୁଅ ଅଂଶୁମାନ। ଆଇଇଏସ୍‌ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ ହେଉଛନ୍ତି ଅଂଶୁମାନ | ଅଂଶୁମାନ ପ୍ରଥମେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜ୍‌ରୁ ଇକୋନୋମିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଜେଏନ୍‌ୟୁରେ ଏମ୍‌ଫିଲ୍‌ କରିଥିଲେ। ଏହାର ଶ୍ରେୟ ଗୁରୁଜନ, ବାପାମା’, ଅଜା ଓ ସାଙ୍ଗମାନଙ୍କୁ ଦେଇଛନ୍ତି ଅଂଶୁମାନ |
୨ ଥର ଚେଷ୍ଟା କରି ବିଫଳ ଦେଖିଥିବା ଅଂଶୁମାନ ତୃତୀୟ ଥରରେ ସଫଳତାର ହାସଲ କରିଛନ୍ତି । ଏଥିପାଇଁ ପରିବାରବର୍ଗଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଥିବା କହିଛନ୍ତି ଅଂଶୁମାନ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking