28.1 C
Bhubaneswar
Thursday, May 2, 2024
Homeଓଡିଶା୧୨ କେଜି ଗଞ୍ଜେଇ ଜବତ ; ୨ ଗିରଫ

୧୨ କେଜି ଗଞ୍ଜେଇ ଜବତ ; ୨ ଗିରଫ

ବରଗଡ : ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକକୁ ଗିରଫ କରିଛି ବରଗଡ ପୋଲିସ । ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲର ରୁମ ନମ୍ବର ୧୦୩ ରୁ ଯୁବକମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବ୍ୟାଗରେ ଥିବା ୧୨ କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫ ଯୁବକ ୟୁପିର ରାଜନ ଗୌଡ଼ ଓ ହରଦେଵ କୁସବା ବୋଲି ପୁଲିସ ସୂଚନା ଦେଇଛନ୍ତି । ସେମାନେ ଧରିଥିବା ବ୍ୟାଗ ଯାଞ୍ଚ କରାଯାଇଥିଲା। ସେଥିରୁ ୧୨ କେଜି ଗଞ୍ଜେଇ ପୁଲିସ ଜବତ କରିଥିଲା । ଜବତ ଗଞ୍ଜେଇ ବୌଦ୍ଧରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ପୁଲିସ ସୂଚନା ଦେଇଛି । ଏ ନେଇ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking