27.1 C
Bhubaneswar
Sunday, September 29, 2024
Homeଓଡିଶାମକର ମେଳା ପାଇଁ ବଡମ୍ବା ଟି-ସେତୁରେ ପ୍ରବଳ ଭିଡ; ୧୨ ଜଣ ଗୁରୁତର ଆହତ

ମକର ମେଳା ପାଇଁ ବଡମ୍ବା ଟି-ସେତୁରେ ପ୍ରବଳ ଭିଡ; ୧୨ ଜଣ ଗୁରୁତର ଆହତ

ବଡମ୍ବା: ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବଡମ୍ବା-ଗୋପୀନାଥ ପୁର ମନ୍ଦିରରେ ଲାଗିଛି ପ୍ରବଳ ଭିଡ । ଫଳରେ ଟି-ସେତୁ ଉପରେ ଲୋକଙ୍କ ଯାତାୟତରେ ସମସ୍ୟା ହୋଇଥିଲା । ଅତ୍ୟଧିକ ଭିଡ ହେବାରୁ ନିୟନ୍ତ୍ରଣ କରିବା କଷ୍‌ଟକର ହୋଇପଡିଥିଲା । ତେବେ ଧିରେ ଧିରେ ଭିଡ ବୃଦ୍ଧି ପାଇବାରୁ ଦଳାଚକଟା ଭଳି ପରିସ୍ତିତି ସୃଷ୍ଟି ହୋଇଛି । ଏହି ଦଳାଚକଟାରେ ୧୨ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । କିଛି ଲୋକ ବ୍ରିଜ ତଳକୁ ଡେଇଁ ପଡିଥିବା ଜଣାଯାଇଛି । ଗୋଟିଏ ରାସ୍ତାରେ ଗାଡି ଏବଂ ପଦଚାରୀଙ୍କ ଯାତାୟତ ଯୋଗୁଁ ଏପରି ଘଟିଥିବା ଜାଣିବାକୁ ମିଳିଛି । ତେବେ ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ କିଛି ଛୋଟ ପିଲା ଶିକାର ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ଏଭଳି ଏକ ପରିସ୍ଥିତି ଯୋଗୁଁ ଏବେ ପୋଲିସର ପ୍ରଶାସନର ଖାମ କିଆଲି ନୀତି ଏବଂ ଅବ୍ୟବସ୍ଥାକୁ ଦାୟୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking