30.1 C
Bhubaneswar
Saturday, May 4, 2024
Homeଟେଲି ଦୁନିଆଅଭିନେତା ସୁନୀଲ ହୋଲକରଙ୍କ ଦେହାନ୍ତ; ତାରକା ମେହତା କା ଉଲଟା ଚଷମାରୁ ମିଳିଥିଲା ପରିଚୟ

ଅଭିନେତା ସୁନୀଲ ହୋଲକରଙ୍କ ଦେହାନ୍ତ; ତାରକା ମେହତା କା ଉଲଟା ଚଷମାରୁ ମିଳିଥିଲା ପରିଚୟ

ନୂଆଦିଲ୍ଲୀ: ତାରକା ମେହତା କା ଉଲଟା ଚଷମା ମେଗା ସିରିଏଲ ଏବେ ଖୁବ ଲୋକପ୍ରିୟ ହୋଇସାରିଛି । କିନ୍ତୁ ଏହି ପରିବାରକୁ ନେଇ ଆସିଛି ଏକ ଦୁଃଖଦ ଖବର । ପରିବାରର ଜଣେ ଜଣାଶୁଣା ଚେହେରା ତଥା ଫେମ୍ ଅଭିନେତା ସୁନୀଲ ହୋଲକରଙ୍କର ଦେହାନ୍ତ ହୋଇଥିବା ନେଇ ଜାଣିବାକୁ ମିଳିଛି । ମାତ୍ର ୪୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ସୁନୀଲ । ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ସୁନୀଲ ।

ସୂଚନା ଅନୁସାରେ, ଅଭିନେତା ସୁନୀଲ ଦୀର୍ଘ ଦିନରୁ ଲିଭର ସିରୋସିସରେ ପୀଡିତ ଥିବା ବେଳେ ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ନିଜର ଛୋଟ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଥିଲେ । ତେବେ ଦୀର୍ଘ ଦିନରୁ ଚିକିତ୍ସାଧୀନ ଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇ ପାରିନଥିଲେ ଡାକ୍ତର । ଶେଷ ଥର ପାଇଁ ସେ ‘ଗୋଷ୍ଟ ଏକା ପୈଠାଣୀଚୀ’ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହି ସିନେମାକୁ ଆୱାର୍ଡ ମଧ୍ୟ ମିଳିଥିଲା । ସୁନୀଲ ତାରକ ମେହତା କା ଉଲଟା ଚଷମା ବ୍ୟତୀତ ମୋରୟା, ମ୍ୟାଡମ ସାର୍‌, ମିଷ୍ଟର ଏବଂ ଯୋଗୀ ଭଳି ଅନେକ ଶୋ’ରେ ମଧ୍ୟ କାମ କରିଥିଲେ ସୁନୀଲ । ତାଙ୍କର ମୃତ୍ୟୁରେ ଏବେ ସାରା ସିନେମା ଏବଂ ନାଟକ ଜଗତରେ ଏକ ବଡ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking