ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୨ମୃତ, ଅନେକ ଆହତ

କାଠମାଣ୍ଡୁ : ଦେଶରେ ସଡକ ସୁରକ୍ଷା ନିମନ୍ତେ ଯେତେ କଡାକଡି ନିୟମ ଲାଗୁ ହେଲେ ସୁଦ୍ଧା ନିୟମିତ ଭାବେ ସଡକ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଥିବାର ଦେଖିବାକୁ ମିଳୁଛି | ଠିକ ଏହିପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ନେପାଳ ସିନ୍ଧୁପଲଚକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ଦିନ ଏକ ଯାତ୍ରୀବାହୀ ବସ୍ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାରେ ସମ୍ମୁଖୀନ ହେଇଥିଲା । ୫୦ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାର ସୂଚନା ମିଳିଛି ।