40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପୁଣି ଭୟାବହ ଅଗ୍ନିକାଣ୍ଡରେ ୩ ମହିଳା ଦଗ୍ଧ, ୪ ଗୁରୁତର

ପୁଣି ଭୟାବହ ଅଗ୍ନିକାଣ୍ଡରେ ୩ ମହିଳା ଦଗ୍ଧ, ୪ ଗୁରୁତର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଶାଲିମାର ସ୍ଥିତ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ହୋଇଛି । ଗତ ଶନିବାର ରାତିରେ ଅଗ୍ନିକାଣ୍ଡ ହୋଇଥିବାର ଜଣା ପଡିଛି । ଅଗ୍ନିକାଣ୍ଡରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ସମୟରେ ବିକ୍ୟୁ ବ୍ଲକ୍ ସ୍ଥିତ ଶାଲିମାର ବାଗ୍ ଅଞ୍ଚଳର େକ ବିଲ୍ଡିଂରେ ନିଆଁ ଲାଗିଥିବା ଜଣାପଡିଥିଲା। ଏହାପରେ ଦମକଳ ବାହିନୀକୁ ଖବର ଦେଖିଥିଲେ ସ୍ଥାନୀୟଲୋକ। ବିଲ୍ଡିଂରୁ ୭ ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆଉ ୪ଜଣଙ୍କ ଚିକିତ୍ସା ଜାରି ରହିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking