ଓ୍ୱାଶିଂଟନ: ମଧ୍ୟପାଶ୍ଚ୍ୟ ରାଷ୍ଟ୍ରାମାନଙ୍କରେ ସୃଷ୍ଟି ହୋଇଥିବା ବିଦ୍ରୋହ ଏବେ ଉଗ୍ର ରୂପ ନେବାରେ ଲାଗିଛି । ଇରାନ ମିସାଲ ମାଡ଼ରେ ୧୧ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ଏହା ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିନ୍ତୁ ନିଜ ଦେଶର ସେନା ଆହତ ଖବରକୁ ଖଣ୍ଡନ କରିଛନ୍ତି। ଇରାନ ବିଭିନ୍ନ ପର୍ୟ୍ୟାୟରେ ଆମେରିକା ଏୟାରବେସ ଏବଂ ଦୂତାବାସ ଉପରେ ମିସାଇଲ୍ ମାଡ଼ କରିଥିଲା। ରିପୋର୍ଟ ଅନୁଯାୟୀ ଇରାନ ମିସାଇଲ ମାଡ଼ରେ ୮୦ ଜଣ ଆମେରିକା ଆତଙ୍କବାଦୀ ନିହତ ହୋଇଥିଲେ। ଏଥିସହ ଆମେରିକା ଏୟାରବେସର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏୟାରବେସରେ ସାମାନ୍ୟ କ୍ଷତି ହୋଇଛି ବୋଲି ଟ୍ରମ୍ପ ସ୍ୱୀକାର କରିଥିଲେ। ହେଲେ କୌଣସି ସେନା ଆହତ କିମ୍ୱା ମୃତାହତ ହୋଇନଥିବା ଟ୍ରମ୍ପ କହିଛନ୍ତି ।