ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବରୁଣ-ନତାଶା

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧବନ ବିବାହ କରିବାକୁ ଯାଉଛନ୍ତି । ଦୀର୍ଘଦିନ ଧରି ମୁହଁ ଖୋଲୁ ନ ଥିବା ବରୁଣ ଏବେ ମାନିଛନ୍ତି । ବରୁଣ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଏବେ ସୋଶାଲ ମିଡ଼ିଆରେ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କହିଥିଲେ । ବିବାହର ତାରିଖ ଠିକ ହୋଇ ନ ଥିଲେ ମଧ୍ୟ ଆଗାମୀ ଦୁଇ ମାସ ଭିତରେ ତାଙ୍କର ବିବାହ ଘର ହେବ ବୋଲି କହିଥିଲେ । ଏ ନେଇ ବିଭିନ୍ନ ପତ୍ରୀକା ଏବଂ ସୋଶାଲ ମିଡିଆରେ ପ୍ରକାଶ ପାଇସାରିଛି । ବହୁତ ବଲିଉଡ ଷ୍ଟାରଙ୍କ ବିବାହ ଭୋଜିରେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ସବୁଥର ବରୁଣ କଥାକୁ ଏଡାଇ ଦେଇ ଆସିଥିଲେ । ଯାହା ଏବେ ସେ ମାନିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଗାମୀ ମେ ମାସରେ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ବରୁଣ କହିଛନ୍ତି । ଦୁହେଁ ଏକ ଗ୍ରାଣ୍ଡ ୱେଡିଙ୍ଗର ପ୍ଲାନ୍ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଦୁଇଜଣଙ୍କର ପରିବାରର ସହ ସାଙ୍ଗସାଥୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସପ୍ତାହେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।