30.1 C
Bhubaneswar
Friday, April 26, 2024
Homeଓଡିଶାକଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ପଜିଟିଭ ସଂଖ୍ୟା...

କଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ପଜିଟିଭ ସଂଖ୍ୟା ୩୩୪କୁ ବୃଦ୍ଧି

କଟକ : କଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ , ୩ଜଣ ହୋମ କ୍ୱାରେଣ୍ଟାଇନ ଓ ୨ଟି ଲୋକାଲ କେସ୍ ବୋଲି ଜଣାପଡ଼ିଛି । ପୁରୁଣାରାଉସାପାଟଣାରୁ ଆଉ ୨ଜଣ ,ଖପୁରିଆରୁ ଜଣେ ଚିହ୍ନଟ ହୋଇଛନ୍ତି । ବକ୍ସିବଜାରରୁ ଜଣେ , ଯୋବ୍ରା ପାରେଶ୍ୱର ସାହିରୁ ଜଣେ ଚିହ୍ନଟ ହୋଇଛନ୍ତି । ଏସସିବି ମେଡ଼ିକାଲ ଆଇସୋଲେସନ ୱାର୍ଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟଜିଲ୍ଲାରୁ ଫେରି କ୍ୱାରେଣ୍ଟାଇନରେ ଥିବା ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ଆଜିସୁଦ୍ଧା କଟକ ସହରରେ ମୋଟ ପଜିଟିଭ ସଂଖ୍ୟା ୩୩୪କୁ ବୃଦ୍ଧି ପାଇଛି ।ସେଥିମଧ୍ୟରୁ ୧୮୮ଜଣ ସୁସ୍ଥ ହୋଇଛନ୍ତି । ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୯ଟି ଆକ୍ଟିଭ କେସ୍ ରହିଛି ।ଆଜି ରାଜ୍ୟରେ ପୁଣି ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ର୍ ଓ ଅନ୍ୟ ୧୯୭ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨୫ଟି ଜିଲ୍ଲାରୁ ଆସିଛି ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ ୧୬୭୦୧ଟି ମୋଟ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୫୨୫୯ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking