27.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା ପରିଷଦ ଅଧକ୍ଷ ଜେପି ଫଣ୍ଡର କାମ ବାବଦରେ  ବିଜେଡି ଓ କଂଗ୍ରେସ କାଯ୍ୟକର୍ତ୍ତାଙ୍କ...

ଜିଲ୍ଲା ପରିଷଦ ଅଧକ୍ଷ ଜେପି ଫଣ୍ଡର କାମ ବାବଦରେ  ବିଜେଡି ଓ କଂଗ୍ରେସ କାଯ୍ୟକର୍ତ୍ତାଙ୍କ ଠାରୁ  ଲାଞ୍ଚ ନେଇଥିବାର ଅଭିଯୋଗ 

ମାଲକାନଗିରି -ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ଓ ବଡ଼ପଦା ଜୋନ  ଭାରତୀୟ ଜନତା ପାର୍ଟିର  ସଭାପତି ଓ କର୍ମକର୍ତ୍ତା ମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହେଇଥିଲା l ଏଠାରେ ବିଜେଡି କର୍ମକର୍ତ୍ତା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ପାତର ଅନ୍ତର ବିଷୟରେ ଜଣେଇଥିଲେ l କିପରି ଭାବରେ ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡିଆମି ଚିତ୍ରକୋଣ୍ଡା ଓ ବଡ଼ପଦା ଜେପି ଜୋନର ( 2700000 /-)ସତେଇଶି ଲକ୍ଷ୍ୟ ଟଙ୍କାର ଜେପି ଫଣ୍ଡର କାମକୁ ବିଜେଡି ଓ କଂଗ୍ରେସ କାଯ୍ୟକର୍ତ୍ତା ମାନଙ୍କୁ  ଲାଞ୍ଚ ନେଇ ବିକି ଦେଇଥିବାର ଅଭିଯୋଗ ଆଣିଛନ୍ତି l ଚିତ୍ରକୋଣ୍ଡା ବ୍ଲକରେ ଭାଜପା ପାର୍ଟିର 15 ରୁ 20 ବର୍ଷର କର୍ମକର୍ତ୍ତା ମାନେ ଅଛନ୍ତି ତାଙ୍କୁ ଜେପି ଫଣ୍ଡର କାମ ବିଷୟରେ ନ ଜଣେଇ କିପରି ଭାବରେ
 ବିଜେଡି ଓ କଂଗ୍ରେସ କାଯ୍ୟକର୍ତ୍ତା ମାନଙ୍କୁ ଦିଆଗଲା l ଏହି ବିଷୟରେ ଭାଜପା ପାର୍ଟିର ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା ମାତ୍ର ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ l ଭାଜପା ପାର୍ଟିର ଉଚ୍ଚ ପଦାଧିକାରୀ ମାନଙ୍କର  କୌଣସି ପ୍ରତିକ୍ରିୟା ନଥିବାରୁ ଆଜି 30 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହେଇ ଏହି ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ଜୁଲାଇ ମାସ 25 ତାରିଖ ସୁଧା ଏହାର କୌଣସି ସୁବିଚାର ନ’କଲେ ଚିତ୍ରକୋଣ୍ଡା ଓ ବଡ଼ପଦା ଜୋନର ସବୁ କାର୍ଯ୍ୟକର୍ତ୍ତା ମାନେ ଭାଜପା ସାଙ୍ଗକୁ ଛାଡ଼ିଦେବେ l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking