29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀରରେ ୧୧ ମୃତ, ୮ ଗୁରୁତର

ଜମ୍ମୁ-କଶ୍ମୀରରେ ୧୧ ମୃତ, ୮ ଗୁରୁତର

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ଠରେ ଏକ ବସ୍‌ ଖ‌ାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ବସ୍‌ଟି ସୁଜିୟାନ୍‌ରୁ ମାଣ୍ଡି ଅଭିମୂଖେ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣାଟି ଘଟିବା ପରେ ସ୍ଥାନୀୟ ଲୋକେ, ସ୍ଥାନୀୟ ପୁଲିସ୍‌ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking