34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ୧୦ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ରାଜ୍ୟରେ ୧୦ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୪୭ ଜଣ । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଆଦାନୀ ଗ୍ରୁପ୍ । ଆଲୁମିନା ଓ ସିପିପି ପ୍ଲାଣ୍ଟରେ ନିବେଶ ହେବ ୪୧ ହଜାର ୬୫୩ କୋଟି ଟଙ୍କା ବୋଲି ସୂଚନା ମିଳିଛି । ତେବେ ଉଭୟ ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । ସେହିଭଳି କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା ।

ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ । ଏନେଇ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ପାଇଁ ନିଆଯାଇଛି ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଉପରେ ମୋହର ବାଜିଛି । ତେବେ ୭୫ ହଜାର କୋଟି ଟଙ୍କାର ଏହି ନିବେଶ ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଏବେ ରାଜ୍ୟର ୨୪ ହଜାର ୪୭ ଜଣ ଚାକିରି ପାଇବେ । ଟାଟା ଷ୍ଟିଲ ପକ୍ଷରୁ ୬୦ ହଜାର ନିୟୁତ ଟନର ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହେବ ।

ଏଥିସହ ୬ ହଜାର ନିୟୁତ ଟନର ଇସ୍ପାତ କାରଖାନା ସାମଗ୍ରୀର ୟୁନିଟ୍ ପ୍ରତିଷ୍ଠା ହେବ । ଧାମରାରେ ସୋମପୁରୀ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ୭୮୧୧ କୋଟିର ପେଲେଟ ପ୍ଲାଣ୍ଟ, ଦେଓଝରରେ ବେନିଫିକେସନ ଓ ସ୍ଲରି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ରାୟଗଡ଼ାର କାଶୀପୁରରେ ବାର୍ଷିକ ୪ ନିୟୁତ ଟନ ଆଲୁମିନା ବିଶୋଧନାଗାର ଓ ପ୍ଲାଣ୍ଟ ପାଇଁ କମିଟି ମୋହର ମାରିଛି । ଅଦାନି ଏଣ୍ଟରପ୍ରାଇଜର୍ସ ଲିମିଟେଡ ପକ୍ଷରୁ ଏହି ଶିଳ୍ପରେ ୪୧ ହଜାର ୬୫୩ କୋଟିର ନିବେଶ କରାଯିବ । ଏହି କାରଖାନାରେ ୭୭୫୦ ଜଣଙ୍କୁ ନିଯୁକ୍ତି ମିଳିବ । ସେହିପରି ଓଡ଼ିଶା ଆୟଲ ଷ୍ଟିଲ ପକ୍ଷରୁ ୮ ହଜାର କୋଟି ନିବେଶ ହୋଇ ୨.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ୟୁନିଟ୍ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ । ସେଥିରେ ୫ ହଜାର ଯୁବକ ଯୁବତୀ ଚାକିରି ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking