21.1 C
Bhubaneswar
Thursday, January 23, 2025
Homeଅପରାଧଏଏସ୍‌ଓ ଚାକିରୀ ଦେବା ନାଁରେ ୧୫ଲକ୍ଷ ଠକେଇ

ଏଏସ୍‌ଓ ଚାକିରୀ ଦେବା ନାଁରେ ୧୫ଲକ୍ଷ ଠକେଇ

ଭୁବନେଶ୍ୱର:  ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର(ଏଏସ୍‌ଓ) ଚାକିରି ଦେବାକୁ କହି ୧୫ଲକ୍ଷ ଟଙ୍କା ଠକେଇ ହୋଇଛି । ଏନେଇ ଠକାମିର ଶିକାର ହୋଇଥିବା ଯୁବକ ଅଶୋକ କୁମାର ସାହୁ କ୍ୟାପିଟାଲ ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗ ଅନୁସାରେ, ଅଶୋକ ଖଣ୍ଡଗିରି ଥାନା ଅଞ୍ଚଳରେ ରୁହନ୍ତି । ୨୦୧୯ମସିହା ମାର୍ଚ୍ଚ ମାସରେ କେଶରୀ ଟକିଜ୍ ନିକଟରେ ସେ କାଜୁ ସପ୍ଲାଏ ଅଫିସ୍ କରିଥିଲେ । ଏତିକିବେଳେ କଟକ ଫୁଲନଖରା ଓମ୍‌ଫେଡ କଲୋନୀରେ ରହୁଥିବା ବିଧାନ ପଟ୍ଟନାୟକ(୪୮) ଅଶୋକଙ୍କ ସହ ସାକ୍ଷାତ କରିଥିଲେ । ବହୁ ବଡ଼ବଡ ଲୋକଙ୍କ ସହ ସମ୍ପର୍କ ଥିବା ସେ କହିଥିଲେ । ଏମିତିକି ଲୋକସେବା ଭବନରେ ସେକ୍ସନ୍ ଅଫିସର ଚାକିରି କରାେଇଦବାର ଲୋଭ ଦେଖାଇଥିଲେ । ପୂର୍ବରୁ ବହୁଲୋକଙ୍କ ଚାକିରୀ କରାଇଥିବା କହି ଅଶୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ଏପରିକି ସେ ନିଜ ଆଧାରକାର୍ଡ ଓ ପ୍ୟାନ୍‌କାଡର୍ର ଫଟୋକପି ସହ ଟଙ୍କା ବଦଳରେ ସାଧା ଚେକ୍ ଦେବା ପ୍ରତିଶୃତି ଦେଇଥିଲେ । ତାଙ୍କ କଥାରେ ବିଶ୍ୱାସ କରି ଅଶୋକ ତାଙ୍କ ସ୍ତ୍ରୀ’ଙ୍କ ପାଇଁ ଚାକିରୀ କରାଇଦେବାକୁ କହିଥିଲେ। ଏନେଇ ଅଶୋକ ବିଧାନଙ୍କ ୨ଟି ଆକାଉଣ୍ଟରେ ୨୦୧୯ ମେ’ ମାସ ୨୨ତାରିଖରେ ୩ଲକ୍ଷ ଟଙ୍କା ଜମା କରିଥିଲେ ।

ଏଥିସହ ଚାକିରୀ ପାଇଁ ଆବଶ୍ୟକ ସମସ୍ତ ସାର୍ଟିଫିକେଟ୍ ଦେଇଥିଲେ । ଏହାପରେ ଦୁଇଦିନ ପରେ ଅଶୋକ ତାଙ୍କର ଆଉ ୪ଜଣ ସାଙ୍ଗଙ୍କ ପାଇଁ ଚାକିରୀ ଦେବାକୁ କହି ବିଧାନଙ୍କୁ ୩ଲକ୍ଷ ଟଙ୍କା ଲେଖାଏ ୧୨ଲକ୍ଷ ଦେଇଥିଲେ । ଟଙ୍କା ନେବା ପରେ ବିଧାନ ଆଉ ଧରାଛୁଆଁ ଦେଇନଥିଲେ । ୨୦୨୦ମସିହା ଜୁନ୍ ୨୯ତାରିଖରେ ବିଧାନ ଦେଇଥିବା ଚେକ୍‌କୁ ଅଶୋକ ବ୍ୟାଙ୍କରେ ଜମା କରିଥିଲେ । ହେଲେ ସେହି ଆକାଉଣ୍ଟରେ କିଛି ଟଙ୍କା ନଥିବା ଜଣାପଡ଼ିଥିଲା । ଯାହାଦ୍ୱାରା ଚେକ୍ ବାଉନ୍‌ସ ହୋଇଥିଲା । ବାରମ୍ବାର ଏଭଳି ଚେକ୍ ବାଉନ୍‌ସ ହେବାରୁ ବିଧାନ ରହୁଥିବା ଫୁଲନଖରା ଠିକଣାରେ ଅଶୋକ ଖୋଜି ପହଞ୍ଚିଥିଲେ । ସେଠାକାର ଲୋକଙ୍କୁ ପଚରାଉଚରା କରିବାରୁ ସେ ଜାଣିବାକୁ ପାଇଥିଲେ ଯେ, ବିଧାନ ଏପରି ବହୁ ଲୋକଙ୍କ ନିକଟରୁ ଠକେଇ କରିଛନ୍ତି । ପରେ ବିଧାନଙ୍କୁ ଫୋନ୍ କରିବାରୁ ସେ ଟଙ୍କା ଫେରାଇବା ବଦଳରେ ଆଉ ଟଙ୍କା ଦେଲେ ଚାକିରୀ ହେବ ବୋଲି କହିଥିଲେ । ଏହା କହି ଫୋନ୍ ବନ୍ଦ କରିବା ସହ ଆଉ ଧରା ଦେଇନଥିଲେ । ଶେଷରେ ଅଶୋକ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking