27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶରବିବାର ଲଦାଖରେ ଅନୁଭୂତ ହୋଇଛି ଭୂକଂପର ଝଟକା

ରବିବାର ଲଦାଖରେ ଅନୁଭୂତ ହୋଇଛି ଭୂକଂପର ଝଟକା

ଲଦାଖ : ଗତ କାଲି ଲଦାଖରେ ଅନୁଭୂତ ହୋଇଛି ଭୂକଂପର ଝଟକା। ରବିବାର ଜମ୍‌ମୁ-କାଶ୍ମୀର ଓ ଲଦାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଅଧିବାସୀ ଭୟଭୀତ ହୋଇଯାଇଥିବା ବେଳେ କୌଣସି କ୍ଷୟକ୍ଷତି ତଥା ଜୀବନହାନୀର ସୂଚନା ମିଳନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ଣ ୧୧ଟା ୪୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ରହିଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ସୋମବାର ସକାଳ ପ୍ରାୟ ୬ଟା ୩୬ ମିନିଟରେ ଜାମ୍‌ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking