27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ଉତ୍ତରପ୍ରଦେଶ : ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଉତ୍ତରପ୍ରଦେଶର ଜନପୁରର ସମାଦଗଞ୍ଜର ରାୟବରେଲି ରାଜପଥ ନିକଟରେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ସେହି ଦୁର୍ଘଟଣାରେ ଟ୍ରାକ୍ଟରରେ ଥିବା ୬ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏପରିକି ଏହି ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ୩ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଏହାପରେ ପୋଲିସ ଯାତ୍ରୀବାହୀ ବସ୍‌କୁ ପୋଲିସ ଷ୍ଟେସନକୁ ଆଣିଛି। ଏପରିକି ଘଟଣା ବାବଦରେ ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking