32.1 C
Bhubaneswar
Friday, October 18, 2024
Homeଅପରାଧଦୁଷ୍କର୍ମକାରୀକୁ ୫ବର୍ଷ ଜେଲ୍‌

ଦୁଷ୍କର୍ମକାରୀକୁ ୫ବର୍ଷ ଜେଲ୍‌

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ ସ୍ୱତନ୍ତ୍ର ଅଦାଲତରେ ଗୁରୁବାର ଜଣେ ଦୁଷ୍କର୍ମକାରୀଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଯେ, ଆଠମଲ୍ଲିକ ଥାନା ଅଞ୍ଚଳରେ ୨୦୨୦ ଜୁଲାଇ ୩୦ରେ ବାଉଁଶ କରଡ଼ି ପାଇଁ ଯାଇଥିବା ଜଣେ ନାବାଳିକାକୁ ଶିବ ପ୍ରଧାନ(୭୩) ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ନାବାଳିକା ବାପାଙ୍କୁ ଜଣାଇଥିଲା । ନାବାଳିକାର ବାପା ଗାଁରେ ଭଦ୍ରଲୋକଙ୍କୁ ନେଇ ସଭା କରିଥିଲେ ।

ତେବେ ସେହି ସଭାକୁ ଅଭିଯୁକ୍ତ ଶିବ ଆସିନଥିଲେ । ଏ ନେଇ ୨୦୨୦ ଜୁଲାଇ ୩୧ ତାରିଖରେ ନାବାଳିକାର ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ କେସ ନଂ୧୦୩/୨୦ରେ ମାମଲା ରୁଜୁକରି ଅଭିଯୁକ୍ତ ଶିବଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲରେ ବିଚାରପତି ରୁଦ୍ର ପ୍ରସାଦ ମହାପାତ୍ର ୧୬ ଜଣ ସାକ୍ଷୀଙ୍କ ବୟାନ ଓ ୧୩ଟି ଦଲିଲକୁ ଆଧାରକରି ଅଭିଯୁକ୍ତ ଶିବ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking