34.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶନିଜକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଲେ ନର୍ସ

ନିଜକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଲେ ନର୍ସ

ବିହାର : ବିହାରର ସମସ୍ତିପୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଜଣେ ଡାକ୍ତର ଦୁଇ ସହକର୍ମୀଙ୍କ ସହ ମିଶି ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଯାହା ପରେ ନିଜକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଛନ୍ତି ନର୍ସ। ସୂଚନାନୁସାରେ, ଜଣେ ଡାକ୍ତର ଦୁଇ ସହକର୍ମୀଙ୍କ ସହ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନର୍ସଙ୍କୁ ନର୍ସିଂହୋମକୁ ଆସିବାକୁ କହିଥିଲେ। ତାପରେ ତିନିଜଣ ମିଶି ନର୍ସଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ନର୍ସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ସଫଳ ହୋଇନଥିଲେ। ଯାହାପରେ ନିଜକୁ ବଞ୍ଚାଇବା ପାଇଁ ଜଣକ ପାଖରେ ଥିବା ସର୍ଜିକାଲ ବ୍ଲେଡ୍ ଉଠାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟକୁ ଆକ୍ରମଣ କରି ସେଠାରୁ ପଳାଇ ଯାଇଥିଲେ। ଡାକ୍ତରଙ୍କ ସହକର୍ମୀମାନେ ନର୍ସଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇପାରିନଥିଲେ। ଏହି ଘଟଣା ପରେ ନର୍ସ ନିଜ ଫୋନରୁ ୧୧୨କୁ ଡାଏଲ କରି ପୋଲିସକୁ ଏ ବିଷୟରେ ଜଣାଇଥିଲେ। ଏହା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା। ପରେ ଅନ୍ୟ ମାନଙ୍କୁ ବାନ୍ଧିଥିଲା। ତେବେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking