ଭୁବନେଶ୍ୱର: ଆଜି ବସିବ ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ । ସନ୍ଧ୍ୟା ୬ଟାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା ହେବା ସହ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମାନସମନ୍ଥନ କରାଯିବ । ବିଶେଷକରି ଏମଏମଡିଆର ସଂଶୋଧନ , ଚାଷୀ ସମସ୍ୟା ଏବଂ ଶିକ୍ଷା ସମ୍ପର୍କିତ ପ୍ରସଙ୍ଗ ବୈଠକରେ ମୁଖ୍ୟ ଆଲୋଚନାର ବିଷୟ ହୋଇପାରେ । ଏହି ସବୁ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କଣ ରହିବ ।ଏବଂ ଆଗାମୀ ଦିନରେ ବିଜେଡି କିପରି ଏହାକୁ ନେଇ ରାଜନୈତିକ ଲଢେି ଜୋରଦାର କରିବ , ସେନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ନବୀନ ନିବାସରେ ହେବାକୁ ଥିବା ଏହି ବୈଠକରେ ଦଳର ରାଜନୈତିକ ବ୍ୟାପାର କମିଟିର ସଦସ୍ୟମାନେ ଯୋଗଦେବେ ।










